• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମୁମ୍ବାଇରେ ଟଳିଲା ବଡ଼ ଅଘଟଣ, ଅବତରଣ ବେଳେ ରନୱେରୁ ଆଗକୁ ଚାଲିଗଲା ଏୟାର ଇଣ୍ଡିଆ ବିମାନ

by Voice of Victims
July 21, 2025
in ଦେଶ ବିଦେଶ, ମୁଖ୍ୟ ଖବର
ମୁମ୍ବାଇରେ ଟଳିଲା ବଡ଼ ଅଘଟଣ, ଅବତରଣ ବେଳେ ରନୱେରୁ ଆଗକୁ ଚାଲିଗଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ପୁଣି ଅଳ୍ପକେ ଟଳିଲା ବିମାନ ଅଘଟଣ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଅବତରଣ କରିବା ସମୟରେ ରନୱେରୁ ଖସି ଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ବିମାନଟି ଅବତରଣ ସମୟରେ ରନୱେ ଠାରୁ ଆଗକୁ ଚାଲିଯାଇଥିଲା ।

ଖବର ମୁତାବକ, ଆଜି ସକାଳ ପ୍ରାୟ ୯.୨୭ ମିନିଟରେ.ବିମାନ AI-2744, ଏକ ଏୟାରବସ୍ A320 (VT-TYA) ରନୱେ ୨୭ ରେ ଅବତରଣ କରିଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ବିମାନଟି ରନୱେରେ ନ ଅଟକି ଆଗକୁ ଚାଲିଯାଇଥିଲା । ହେଲେ କିଛି ଅଘଟଣ ହେବା ଆଗରୁ ବିମାନକୁ ସଠିକ୍ ସମୟରେ ରୋକିପାରିଥିଲେ ପାଇଲଟ । ଏହାପରେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଭାବରେ ଓହ୍ଲାଇଥିଲେ ।

ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, “୨୧ ଜୁଲାଇ ୨୦୨୫ରେ କୋଚିରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନ AI2744, ଅବତରଣ ସମୟରେ ପ୍ରବଳ ବର୍ଷା ହେଉଥିଲା । ଫଳରେ ବିମାନଟି ଅବତରଣ କରିବା ସମୟରେ ରନୱେରୁ ଆଗକୁ ଚାଲିଯାଇଥିଲା । ଏହାପରେ ବିମାନଟି ସୁରକ୍ଷିତ ଭାବରେ ଗେଟ୍ ପାଖରେ ପହଞ୍ଚିଥିଲା ଏବଂ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ସେଠାରୁ ଓହ୍ଲାଇଥିଲେ । ଯାଞ୍ଚ ପାଇଁ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଇଛି ।

ଏହି ଘଟଣା ପରେ, ବିମାନବନ୍ଦରର ମୁଖ୍ୟ ରନୱେକୁ ଯାଞ୍ଚ ଏବଂ ମରାମତି ପାଇଁ ବନ୍ଦ କରିଦିଆଯାଇଥିଲା । ରନୱେ ପୃଷ୍ଠରେ ସାମାନ୍ୟ କ୍ଷତି ହୋଇଥିବା ରିପୋର୍ଟ କରାଯାଇଥିଲା ।

Post Views: 103
Share199Tweet125Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In