• About Us
  • Contact Us
Monday, February 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନାଇଜେରିଆରେ ବଡ଼ ସଡକ ଦୁର୍ଘଟଣା, ୩୦ ଜଣଙ୍କ ମୃତ୍ୟୁ

by Voice of Victims
February 9, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ନାଇଜେରିଆରେ ବଡ଼ ସଡକ ଦୁର୍ଘଟଣା, ୩୦ ଜଣଙ୍କ ମୃତ୍ୟୁ

ନାଇଜେରିଆ: ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଅସାବଧାନତା ଗାଡି ଚାଳନା ଯୋଗୁଁ ଯାତ୍ରୀ ଭର୍ତ୍ତି ଏକ ଟ୍ରକ ନିୟନ୍ତ୍ରଣ ବାହାରକୁ ଯାଇ ହାଇୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । କାନୋର ଗେଜାୱା ସ୍ଥାନୀୟ ସରକାରୀ କ୍ଷେତ୍ରର କ୍ୱାନାର ବାର୍ଡେ ସହରରେ ଏହି ଦୁର୍ଘଟଣା ଘଟିଛି ।

ଏକ ରିବୋର୍ଟ ଅନୁଯାୟୀ, ଟ୍ରକଟି ଯାତ୍ରୀ ଏବଂ ସାମଗ୍ରୀ ନେଇ କାନୋର ଗୁଜୁଙ୍ଗୁ ସହର ଅଭିମୁଖେ ଯାଉଥିଲା । ଗାଡିଟି ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମ ଏବଂ ସରକାର ଏହି ଘଟଣା ପାଇଁ ବେପରୁଆ ଗାଡି ଚାଳନାକୁ ଦାୟୀ କରିଛନ୍ତି ।

କାନୋର ରାଜ୍ୟପାଳ ଆବା କବିର ୟୁସୁଫଙ୍କ ମୁଖପାତ୍ର ସୁନୁସି ବାତୁରେ ଦାୱାକିନ ତୋଫା ଏକ ବିବୃତ୍ତିରେ ଘଟଣାର ସତ୍ୟାସତ୍ୟ ଜଣାଇଛନ୍ତି । ବିବୃତ୍ତିରେ କୁହାଯାଇଛି ଯେ ମୃତ୍ୟୁ ସଂଖ୍ୟା ୩୦ ରୁ ଅଧିକ ଏବଂ ଆହତଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଏବଂ ସେମାନଙ୍କୁ କାନୋର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟପାଳ ଆହତମାନଙ୍କ ପାଇଁ ତୁରନ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟପାଳ ଆବା କବିର ୟୁସୁଫ୍ ଏହି ଦୁର୍ଘଟଣାକୁ ହୃଦୟବିଦାରକ ଏବଂ ଏକ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି । ସେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ଏବଂ ରାଜ୍ୟବାସୀଙ୍କୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି । ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ, ବିଶେଷକରି ଭାରୀ ଯାନର ଚାଳକମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ।

Post Views: 15
Share198Tweet124Send
Voice of Victims

Voice of Victims

Recent Posts

  • ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ, ହସପିଟାଲରେ ହେଲେ ଭର୍ତ୍ତି
  • ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି
  • ଧାନ କିଣାରେ ଅବ୍ୟବସ୍ଥା, ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା
  • ବଳଭଦ୍ରପୁର ଯୁବକ ସଙ୍ଘ ଆନୁକୂଲ୍ୟରେ ମାଗଣା ଫିଜିଓଥେରାପି ଶିବିର ଅନୁଷ୍ଠିତ
  • ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In