• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭିନ୍ନକ୍ଷମ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଲେ ସମାଜର ଉନ୍ନତି ହେବ: ମନ୍ତ୍ରୀ ସଂପଦ ସ୍ବାଇଁ

by Voice of Victims
August 25, 2024
in ମୁଖ୍ୟ ଖବର, ରାଜ୍ୟ
ଭିନ୍ନକ୍ଷମ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଲେ ସମାଜର ଉନ୍ନତି ହେବ: ମନ୍ତ୍ରୀ ସଂପଦ ସ୍ବାଇଁ

ଭୁବନେଶ୍ଵର: ଭିନ୍ନକ୍ଷମ ପିଲାମାନଙ୍କ ଦକ୍ଷତା ଓ ନିଯୁକ୍ତି ବୃଦ୍ଧି ପାଇଁ ସାର୍ଥକ ଏଜୁକେସନାଲ୍ ଟ୍ରଷ୍ଟପକ୍ଷରୁ ଶନିବାର ଦିନ ଭୁବନେଶ୍ବର ନୟାପଲ୍ଲୀ ଠାରେ “ଆଇ.ଟି.ସି ସୁନହେରା ପଲ୍” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାନବ ସେବା ହିଁ ମାଧବ ସେବା। ତେଣୁ ସାର୍ଥକ ଏଡୁକେଶନାଲ ଟ୍ରଷ୍ଟ ପକ୍ଷରୁ ‘ମିଶନ ସୁନେହେରା କଲ୍ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜ କଲ୍ୟାଣ ଓ ଶିଳ୍ପ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହା ସହିତ କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ସାର୍ଥକ ଏଜୁକେସନାଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ଜିତେନ୍ଦ୍ର ଅଗ୍ରୱାଲ, ଆଇଟିସି ର ଫଣ୍ଡିଙ୍ଗ୍ ପାର୍ଟନର ନିୟତି ପଟ୍ଟନାୟକ,ଆଇଟିସି ଜେନେରାଲ ମ୍ୟାନେଜର ପ୍ରତ୍ୟୁସ ବେହେରା , ସାର୍ଥକ ଏଜୁକେସନାଲ୍ ଟ୍ରଷ୍ଟ ର ସ୍ଟାଟିଜିକ ଲିଡର ସୁମନ ଅଗ୍ରୱ।ଲ୍ ଓ ଭିନ୍ନକ୍ଷମ ବିଭାଗ ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା ଉପସ୍ଥିତ ରହିଥିଲେ। ମନ୍ତ୍ରୀ କହିଥିଲେ ଯେ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ବିକାଶ ହେଉଛି ସବୁଠୁ ଉପରେ। ସରକାରଙ୍କ ତରଫରୁ ଅନେକ ପ୍ରକାରର ଯୋଜନା କରାଯାଇଛି ଯାହାପାଇଁ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ ଲୋଡା ଫଳରେ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିପାରିବ। ସୂଚନାଯୋଗ୍ୟ, ୨୦୧୧ ମସିହା ଜନଗଣନା ଅନୁସାରେ ଓଡିଶାର ସର୍ବମୋଟ ଜନସଂଖ୍ୟା ରହିଥିଲା ୪.୨ କୋଟି। ଯାହାମଧ୍ୟରେ ୧୨,୪୪,୪୦୨ ଜଣ ହେଉଛନ୍ତି ଦିବ୍ୟାଙ୍ଗ। ତେବେ ଏହି ସଂଖ୍ୟା ଏବେ ଆହୁରି ବୃଦ୍ଧି ପାଇଛି । ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭଳଶୀଳ କରିବା ଦିଗରେ ସାର୍ଥକ ଏଜୁକେସନାଲ୍ ଟ୍ରଷ୍ଟ ୨୦୦୮ରୁ ଧ୍ୟାନ ଦେଇଆସୁଛି । ଏହାସହ ୨୦୨୩ରେ ସାର୍ଥକ ଏଜୁକେସନାଲ୍ ଟ୍ରଷ୍ଟ ଶ୍ରେଷ୍ଠ NGO ସଂସ୍ଥା ଭାବରେ ଜାତୀୟ ସ୍ତରରେ ସମ୍ମାନିତ ହୋଇସାରିଛି। ଦିବ୍ୟାଙ୍ଗଙ୍କ ପାଇଁ ସାରା ଭାରତରେ ୨୫ଟି ସାର୍ଥକ ଦିବ୍ୟାଙ୍ଗ କେନ୍ଦ୍ର ରହିବା ସହ ଓଡ଼ିଶାରେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଦକ୍ଷତା ତାଲିମ ପ୍ରତିଷ୍ଠାନ ଆଜି ଖୋଲାଯାଇ ଯୁବ ଦିବ୍ୟାଙ୍ଗଙ୍କୁ ମାଗଣାରେ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଦେବା ସହିତ ନିଯୁକ୍ତି ମଧ୍ୟ ଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ଅଗ୍ରୱାଲ ସୂଚନା ଦେଇଛନ୍ତି। କେବଳ ଏତିକି ନୁହଁ ୨୦୨୧ ମସିହାରେ ସାର୍ଥକ ଅନଲାଇନ ପୋର୍ଟାଲ ରୋଜଗାରସାଥୀ ନେଇ ଆସିଥିଲା ଯାହା ମାଧ୍ୟମରେ ଅନେକ ଦିବ୍ୟାଙ୍ଗ ଉପକୃତ ହୋଇଥିଲେ। ଏହା ମାଧ୍ୟମରେ ଥରେ ରେଜିଷ୍ଟ୍ରେସନ କରି ଦେଇଥିବା ସ୍ଥାନରେ ‘ଜବ୍ ଅପରଚୁନିଟି’ ଖୋଜିବା ସମ୍ଭବ ହୋଇଥିଲା ଏହା ସହିତ ଏଥିରେ ଘରେ ରହି କାମ କରିବାର ସୁବିଧା ମଧ୍ଯ ଉପଲବ୍ଧ ଥିଲା। ସାରା ଦେଶରେ ୨ଲକ୍ଷ ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଓ ୮୦ହଜାର ଭିନ୍ନକ୍ଷମ ପିଲାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି। ସାର୍ଥକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇଛି। ଯାହାଦ୍ୱାରା ଦିବ୍ୟାଙ୍ଗମାନେ ଉପକୃତ ହେଉଛନ୍ତି।

Post Views: 30
Share199Tweet125Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In