ମାଲକାନଗିରି: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ଏଆରପୋର୍ଟ ପାଚେରୀ । ଲଗାଣ ବର୍ଷାରେ ଭାଙ୍ଗିଲା ଏଆରପୋର୍ଟ ପାଚେରୀ । ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ବିଗତ ଦିନରେ ମଧ୍ୟ ଅନେକ ଥର ଏହି ପାଚେରୀ ଭାଙ୍ଗି ମରାମତି ହୋଇଥିଲା । ଆଜି ପୁଣି ବର୍ଷା ଯୋଗୁଁ ପାଚେରୀ ଭାଙ୍ଗି ଯାଇଛି ।

ଅନ୍ୟପଟେ ଅବିଶ୍ରାନ୍ତ ବର୍ଷାରେ ବୁଡ଼ିଲା ବିଭିନ୍ନ ପୋଲ । ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ପୋଲ ଉପରେ ୩ ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି । ପୋଲର ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି । ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି । କନ୍ୟାଶ୍ରମ ବ୍ରିଜ ବୁଡିଯାଇଥିବାରୁ କାଲିମେଳା ଠାରୁ ପଡିଆ ଯାତାୟାତ ଠପ୍ ହୋଇଯାଇଛି ।

