• About Us
  • Contact Us
Wednesday, April 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗୁଜରାଟୀଙ୍କ ଉପରେ ଟିପ୍ପଣୀ ଦେଇ କ୍ଷମା ମାଗିଲେ ମଲ୍ଲିକାର୍ଜୁନ ଖଡଗେ, X ରେ କଲେ ପୋଷ୍ଟ

by Voice of Victims
April 8, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଗୁଜରାଟୀଙ୍କ ଉପରେ ଟିପ୍ପଣୀ ଦେଇ କ୍ଷମା ମାଗିଲେ ମଲ୍ଲିକାର୍ଜୁନ ଖଡଗେ, X ରେ କଲେ ପୋଷ୍ଟ

ନୂଆଦିଲ୍ଲୀ : କେରଳ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୁଜରାଟ ଲୋକଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କ୍ଷମା ମାଗିଛନ୍ତି । ସେ ଜାଣିଶୁଣି ଏଭଳି ଟିପ୍ପଣୀ ଦେଇନଥିଲେ, ଆଉ ଏହାକୁ ଜାଣିଶୁଣି ଭୁଲ୍ ଭାବେ ଦର୍ଶାଯାଉଛି, ତଥାପି ସେ ଦୁଃଖିତ ବୋଲି କହିଛନ୍ତି ।

ଖଡଗେ ନିଜ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ନିକଟରେ କେରଳରେ ଦିଆଯାଇଥିବା ମୋର ଏକ ନିର୍ବଚାନୀ ଭାଷଣରେ କିଛି ଟିପ୍ପଣୀକୁ ଜାଣିଶୁଣି ଭୁଲ୍ ଭାବେ ସମାଲୋଚନା କରାଯାଉଛି । ତଥାପି ମୁଁ ନିଜ ତରଫରୁ ଦୁଃଖ ପ୍ରକାଶ କରୁଛି । ଗୁଜରାଟର ଲୋକଙ୍କ ପାଇଁ ମୋ ମନରେ ସବୁବେଳେ ସର୍ବୋଚ୍ଚ ସମ୍ମାନ ରହିଛି ଆଉ ରହିବ । ଏଠିକାର ଲୋକଙ୍କ ଭାବନାକୁ ଆଘାତ ଦେବା ମୋର କୌଣସି ଉଦ୍ଦେଶ୍ୟ ନଥିଲା ।

ସୂଚନାଯୋଗ୍ୟ, କେରଳ ନିର୍ବାଚନ ପ୍ରଚାର ସମୟରେ ଖଡଗେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଏହି ସମୟରେ ସେ ଗୁଜରାଟ ଲୋକଙ୍କୁ ଟାର୍ଗେଟ କରିଥିଲେ । ଆଉ ଯେଉଁଥିପାଇଁ ବିବାଦ ଆରମ୍ଭ ହୋଇଥିଲା । ଖଡଗେ କହିଥିଲେ, ମୋଦି ଜୀ, ଆପଣ ଗୁଜରାଟର ଅପାଠୁଆ ଲୋକଙ୍କୁ ବୋକା ବନାଇପାରନ୍ତି, କିନ୍ତୁ କେରଳ ଲୋକ ବୋକା ନୁହନ୍ତି ।

ଖଡଗେଙ୍କ ଏଭଳି ଟିପ୍ପଣୀକୁ ବିଜେପି ନେତାମାନେ ନିନ୍ଦା କରିଥିବା ବେଳେ ଖଡଗେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଏଥିରେ ସାମିଲ ଥିଲେ । ଭୂପେନ୍ଦ୍ର କହିଥିଲେ, ଏହି ଟିପ୍ପଣୀ ବହୁତ ଆପତ୍ତିଜନକ ଏବଂ ଦୁଭର୍ଗ୍ୟପୂର୍ଣ୍ଣ । ଖଡଗେ କେବଳ ୬.୫ କୋଟି ଗୁଜରାଟୀଙ୍କ ଅପମାନ କରିନାହାନ୍ତି ବରଂ ମହାତ୍ମା ଗାନ୍ଧି ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଭୂମିର ଗରିମାକୁ ମଧ୍ୟ ଆଘାତ ଦେଇଛନ୍ତି । ଏହି ଟିପ୍ପଣୀ ଯୋଗୁଁ ରାଜ୍ୟର ଜନତାଙ୍କ ଅପମାନ ହୋଇଛି ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ଗୁଜରାଟୀଙ୍କ ଉପରେ ଟିପ୍ପଣୀ ଦେଇ କ୍ଷମା ମାଗିଲେ ମଲ୍ଲିକାର୍ଜୁନ ଖଡଗେ, X ରେ କଲେ ପୋଷ୍ଟ
  • ଏସସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା : ମେଡିକାଲରେ ପହିଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍
  • ରାଉରକେଲା ବିମାନ କ୍ରାସ ଘଟଣା : ସାମ୍ନାକୁ ଆସିଲା ତଦନ୍ତ ରିପୋର୍ଟ
  • ହର୍ମୁଜ ପ୍ରଣାଳୀ ଖୋଲିବାକୁ ଇରାନର ସର୍ତ୍ତ, ସମ୍ପୂର୍ଣ୍ଣ ସୁରକ୍ଷା ଏବଂ କଟକଣାରୁ ମୁକ୍ତି ହେଉଛି ମୁଖ୍ୟ ଦାବି
  • ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ, ୯ ଏପ୍ରିଲରେ ଭୋଟ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In