ଢେଙ୍କାନାଳ (ଭିଓଭି): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ୍ ପଡିଆରେ ଶହୀଦ ସଞ୍ଜୟ ସ୍ମାରକୀ ୫ମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଉପଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରି କ୍ରୀଡାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସମସ୍ତେ କ୍ରୀଡା ମନୋଭାବ ନେଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରତିଯୋଗୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପୂର୍ବତନ ଖେଳ ଶିକ୍ଷକ ଶ୍ରୀଯୁକ୍ତ ଯୁଗଳ କିଶୋର ମିଶ୍ର, ହିନ୍ଦି ଶିକ୍ଷକ ଭୂବନେଶ୍ବର ରାଉତ୍ ଏବଂ କ୍ରୀଡା ଶିକ୍ଷକ ବିକାଶ ସାହୁ ପରିଚାଳନା କରିଥିଲେ। ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବର ସଭାପତି ପ୍ରହ୍ଲାଦ ମହାନ୍ତି, ସହୀଦ୍ ସଞ୍ଜୟ ପୃଷ୍ଟି ମମୋରିଆଲ୍ ର ମୁଖ୍ୟ ପରିଚାଳକ ତଥା କ୍ଲବର ଉପ ସଭାପତି ଶ୍ରୀ ବିଜୟ ପୃଷ୍ଟି ତଥା ଅନ୍ୟାନ୍ୟ ସଦସ୍ୟ ଗଣ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ l
