ବାଲେଶ୍ଵର (ଭିଓଭି)୨୦/୯ :– ମୋଦୀଙ୍କ ଜନ୍ମଦିନ ଏବଂ ସେବା ସପ୍ତାହ ଅବସରରେ ଅଗ୍ରଣୀ ସଂଗଠନ ଅଟଳ ଯୁବଶକ୍ତି ପକ୍ଷରୁ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ଠାରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଗୋଲକ ବିହାରୀ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଡିଆଇଜି ପିନାକ ମିଶ୍ର ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଦ୍ଵାରା ଶରୀର ସୁସ୍ଥ ରହିବ , ମନ୍ଦିରରେ ଦୀପ ଜାଳିଲେ ଯେଉଁ ପୁଣ୍ୟ ହୋଇଥାଏ ତାହା ରକ୍ତଦାନ ସହ ସମାନ ହୋଇଥାଏ । ଏବଂ ଏହା ସହିତ ଜଣଙ୍କ ଜୀବନ ମଧ୍ୟ ବଞ୍ଚିଥାଏ ।

ଉକ୍ତ ତିନୋଟି କାର୍ଯ୍ୟ ରକ୍ତଦାନ ପାଇଁ ସମ୍ଭବ ହୋଇଥାଏ ବୋଲି ଶ୍ରୀଯୁକ୍ତ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ । ଏହି କାର୍ଯ୍ୟକ୍ରମରେ ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସଂଗଠନର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
