ଭୁବନେଶ୍ବର: ଭୁବନେଶ୍ବରର ଜାଗମରା ସ୍ଥିତ ଏକ ଘରୋଇ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ । AC କମ୍ପ୍ରେସରରୁ ଅଡିୟୋରିୟମରେ ନିଆଁ ଲାଗିଥିବା ସୂଚନା ମିଳିଛି । ସେହି ସମୟରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିଶମର ୩ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ ।
