• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଅଳଗୁମ କାଠି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ

by Voice of Victims
September 20, 2024
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅଳଗୁମ କାଠି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ

ସତ୍ୟବାଦୀ ( ଦୁର୍ଗେଶପ୍ରସାଦମିଶ୍ର) : ସତ୍ୟବାଦୀ ବ୍ଲକ ସ୍ଥିତ ଅଳଗୁମ ଗ୍ରାମର ଆରାଧ୍ୟ ଠାକୁରାଣୀ ମା’ ଜାଗୁଳେଇଙ୍କ ପାରମ୍ପରିକ କାଠିଯାତ୍ରା ପାଳିତ ହୋଇଯାଇଛି। ଭାଦ୍ରବ ମାସ ଷଷ୍ଠୀ ତିଥିରେ ମା’ଙ୍କ ଆଖିରୁ ବିରିଯାବ ଖୋଲାଯିବା ପରେ  ପ୍ରଥମେ ମା ଟିକର ପଡାରୁ ଭୋଗ ଖାଇଥାନ୍ତି। ଦୁଆରି ଭୋଗ ଲାଗିବା ସମୟରେ ମା’ଙ୍କୁ ଭୋଗ ଭାବରେ ଆମିଷ ଓ ମଣ୍ଡା ପିଠା ଭୋଗ ଅର୍ପଣ କରାଯାଏ। ଏହି ଯାତ୍ରା ପର୍ବ ବାରଦିନ ଧରି ଚାଲିଥାଏ। ଏହି ବାରଦିନ ଗ୍ରାମ ହୋଇ ଉଠେ ବେଶ ଚଳଚଞ୍ଚଳ। ମା’ଙ୍କ ବିଜେ ପ୍ରତିମା ମଧ୍ୟାହ୍ନରେ ଫେରିବା ପରେ କାଠିଯାତ୍ରା ଆରମ୍ଭ ହୋଇଥିଲା। ଘଣ୍ଟ,କାହାଳି, ଢୋଲ, ମହୁରୀ, ହରିବୋଲ, ହୁଳହୁଳି ଧ୍ୱନୀ ମଧ୍ୟରେ ମା’ଙ୍କ ଶ୍ରୀଅଙ୍ଗରୁ ଆଜ୍ଞା ମାଳ ଅଣାଯାଇ ବାଇଶି ହାତ ବାଇଶି ଆଙ୍ଗୁଳି ଲମ୍ବ ବିଶିଷ୍ଟ ଏକ ଶାଳ ଗଣ୍ଡ କାଠର ଅଗ୍ର ଭାଗରେ ଫୁଲ ମାଳ ବନ୍ଧା ହୋଇଥିଲା ଶହ ଶହ ସଂଖ୍ୟାରେ ଶାଢ଼ୀ ଗୁଡ଼ିକ ମହାରଣା ସେବକମାନେ ସେହି କାଠିରେ ବାନ୍ଧିଥାନ୍ତି। ଭକ୍ତ ମାନଙ୍କ ଗହଣରେ କାଠି ଟିକୁ ମନ୍ଦିର ଠାରୁ ଏକ କିଲୋମିଟର ଦୂର ବାରବାଟି ପଡିଆକୁ ବିରାଟ ପଟୁଆରରେ ନିଆଯାଇଥିଲା। ପଡ଼ିଆରେ କାଠି ଯାତ୍ରା ଦେଖିବା ପାଇଁ ହଜାର ହଜାର ମହିଳା, ପୁରୁଷ, ଶ୍ରଦ୍ଧାଳୁ ଜମା ହୋଇଥିଲେ। ମା’ଙ୍କୁ ମହାପ୍ରସାଦ,ପଣା,ପଇଡ ପୁଜାରୀ ସେବକମାନେ ସମର୍ପଣ କରିଥିଲେ। ସେହି ବାଇଶି ହାତ ବାଇଶି ଆଙ୍ଗୁଳି ବିଶିଷ୍ଟ କାଠି ଉପରେ ବସି ଦେବୀଙ୍କ ଶକ୍ତିଧାରୀ କାଳେସି ଗୁହାରିଆ ପଡ଼ିଥିବା ବିଭିନ୍ନ ଅଞ୍ଚଳର ମାନସିକ ଧାରିଙ୍କୁ ଆଶ୍ଵାସନା ଦେବାସହ ପ୍ରସାଦ ଭାବରେ ଫୁଲ ଦେବାର ପରମ୍ପରା ଚାଲିଆସୁଛି। ମା’ଙ୍କ କାଳେସି ମାନେ କାଠି ଯାତ୍ରା ପଡ଼ିଆରେ ମାନସିକଧାରୀ ଓ ଶ୍ରଦ୍ଧାଳୁମାନଙ୍କୁ ଫୁଲ ପାଦୁକା ଦେଇ ଆର୍ଶିବାଦ ଦେଇଥାନ୍ତି। ସନ୍ଧ୍ୟାରେ କାଠି ବାରବାଟି  ପଡ଼ିଆରୁ ମନ୍ଦିରକୁ ଫେରିଥିଲା। ମନ୍ଦିରରେ ମା’ଙ୍କ ନୀତି କାନ୍ତି ସରିବା ପରେ ମା’ଙ୍କ ବିଜେ ପ୍ରତିମା ସୁରାଲାଗି ବରଗଛ ମୂଳରେ ରାତ୍ରି ଯାପନ କରାଯାଇଥିଲା। ନିଶାର୍ଦ୍ଧରେ ମା’ଙ୍କୁ ସୁରାଲାଗି (ଖଜୁରୀ ତାଡି) ପୋଡାବଳି (ମାଛ) ବଳି ଦିଆଯାଇଥାଏ। ସୁରାଲାଗି ବରଗଛ ନିକଟରେ ମା’ଙ୍କ ସମସ୍ତ ପୂଜାର୍ଚ୍ଚନା ପରେ ମା’ଙ୍କ ଦାନ୍ତକାଠି ମାଜଣା କରାଯାଇ ଆଖିରେ ବିରିଜାବ ଦିଆଯାଇ ପୁଣି ଆରବର୍ଷ କୁ ଅପେକ୍ଷା କରାଯାଏ। ଏହି ଯାତ୍ରା ରେ ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପ୍ରତ୍ୟେକ ବିଭିନ୍ନ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସାଙ୍ଗକୁ କାଠି ଠାରୁ ତିନିଦିନ ମା’ଙ୍କ ଆଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଳା ଆୟୋଜନ କରାଯାଇଥାଏ। ଜନସମାଗମକୁ ଦୃଷ୍ଟିରେ ରଖି ସତ୍ୟବାଦୀ ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

Post Views: 44
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In