• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଷୋଡ଼ଶ ଅର୍ଥ କମିଶନ ଓ ରାଜ୍ୟ ସରକାରଙ୍କ ବୈଠକ

by Voice of Victims
February 6, 2025
in ମୁଖ୍ୟ ଖବର, ରାଜ୍ୟ
ଷୋଡ଼ଶ ଅର୍ଥ କମିଶନ ଓ ରାଜ୍ୟ ସରକାରଙ୍କ ବୈଠକ

ଭୁବନେଶ୍ବର: ଷୋଡ଼ଶ ଅର୍ଥ କମିଶନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଛି । ଆୟୋଗ ମୁଖ୍ୟ ଡଃ.ଅରବିନ୍ଦ ପାନଗାରିଆଙ୍କ ଟିମ୍‌ ସହ ରାଜ୍ୟ ସରକାର ଆଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଅଛନ୍ତି ।
୨୦୩୬ ମସିହା ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନ ଲାଗି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଅର୍ଥ କମିଶନଙ୍କ ନିକଟରେ ବିକଶିତ ଓଡି଼ଶାର ରୋଡମ୍ୟାପ୍ ଉପସ୍ଥାପନ କରୁଛନ୍ତି ରାଜ୍ୟ ସରକାର । ଏହାସହ ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବିପତ୍ର ଦେବେ ମୋହନ ସରକାର । ଆସନ୍ତା ୫ ବର୍ଷର ବିଭିନ୍ନ ଉନ୍ନୟନମୂଳକ ଯୋଜନା ନେଇ ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ରଖିବେ । ଆର୍ଥିକବର୍ଷ ୨୦୨୬-୨୦୩୧ ପର୍ୟ୍ୟନ୍ତ ରାଜ୍ୟର ଯୋଜନା, ଆବଶ୍ୟକ ଅର୍ଥ ବାବଦରେ ଆଲୋଚନା ହେବ । ଓଡ଼ିଶାର ଅର୍ଥନୈତିକ ଖସଡ଼ା ପ୍ରସ୍ତୁତ କରାଯିବ । ଅର୍ଥ କମିଶନ ନିକଟରେ ରାଜ୍ୟ ସରକାର ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖିବେ ବୋଲି ଜଣାପଡିଛି । ପ୍ରାକୃତିକ ଦୁର୍ବିପାକ ପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ଦାବି କରିଆସୁଛି ରାଜ୍ୟ । ଏଥର ଷୋଡଶ ଅର୍ଥ କମିଶନରୁ ଅଧିକ ଆଶା ରଖିଛି ଓଡ଼ିଶା । ଓଡି଼ଶାରେ ପ୍ରଥମଥର ପାଇଁ ଡବଲ ଇଞ୍ଜିନ ସରକାର ହୋଇଥିବାରୁ ରାଜ୍ୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଲିବ ବୋଲି ଆଶା କରାଯାଉଛି । ଆର୍ଥିକବର୍ଷ ୨୦୨୧-୨୬ ବର୍ଷ ଲାଗି ତତ୍କାଳୀନ ବିଜେଡି ସରକାର ଅର୍ଥ କମିଶନ ଆଗରେ ୮ ଲକ୍ଷ ୨୪ ହଜାର କୋଟି ଟଙ୍କାର ଦାବି ରଖିଥିଲେ । ମିଳିଥିଲା ୨ ଲକ୍ଷ ୨୨ ହଜାର କୋଟି ଟଙ୍କାର ଅନୁଦାନ । ବୈଠକ ପରେ ଅର୍ଥ କମିଶନ ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଦବୋଧନ ଦେବେ ।ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି । ସେହିପରି ଅପରାହ୍ନରେ ଅର୍ଥ କମିଶନଙ୍କ ଟିମ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ ଓ ପୌରାଞ୍ଚଳ ଗୁଡ଼ିକର ନିର୍ବାଚିତ ପ୍ରତିନିଧି, ଟ୍ରେଡ୍ ୟୁନିୟନ ସଦସ୍ୟ ଭେଟି ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି ।

Post Views: 37
Share197Tweet123Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In