• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସିଙ୍ଗାପୁରରେ ମେଗା ରୋଡ୍ ଶୋ’: ଓଡ଼ିଶା ନିବେଶକଙ୍କ ପାଇଁ କ୍ରମବଦ୍ଧିଷ୍ଣୁ ‘ହବ୍‌’

by Voice of Victims
November 19, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସିଙ୍ଗାପୁରରେ ମେଗା ରୋଡ୍ ଶୋ’: ଓଡ଼ିଶା ନିବେଶକଙ୍କ ପାଇଁ କ୍ରମବଦ୍ଧିଷ୍ଣୁ ‘ହବ୍‌’

ଭୁବନେଶ୍ୱର: ଆମର ସିଙ୍ଗାପୁର ଗସ୍ତ ଅତ୍ୟନ୍ତ ସଫଳ ହୋଇଛି। ବିଗତ ତିନି ଦିନ ମଧ୍ୟରେ ଆମେ ଶିଳ୍ପପତିଙ୍କ ସହ ଜଡ଼ିତ ହୋଇ ଉନ୍ନତ ବନ୍ଦର, ଶିଳ୍ପାଞ୍ଚଳ ପରିଦର୍ଶନ କରିଛୁ। ଓଡ଼ିଶାର ବିକାଶ ପାଇଁ ମୂଲ୍ୟବାନ ଜ୍ଞାନ ହାସଲ କରିଛୁ। ଓଡ଼ିଶା ନିବେଶକଙ୍କ ପାଇଁ କ୍ରମବଦ୍ଧିଷ୍ଣୁ ‘ହବ୍‌’ ପାଲଟିବାକୁ ଯାଉଛି। ମଙ୍ଗଳବାର ସିଙ୍ଗାପୁରରେ ମେଗା ରୋଡ୍ ଶୋ’ରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ରୋଡ୍ ଶୋ’ ବିଶିଷ୍ଟ ଶିଳ୍ପପତି, ନିବେଶକଙ୍କ ସମେତ ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଏହି ପ୍ରତିନିଧି ଦଳ ରାଜ୍ୟର ପ୍ରାକୃତିକ ସମୃଦ୍ଧ ସମ୍ପଦ, ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ କୁଶଳୀ ମାନବ ସମ୍ବଳ ଉପରେ ଆଲୋକପାତ କରିଥିଲେ। ପରେ ବିଶ୍ୱସ୍ତରୀୟ ବହୁ ନାମୀଦାମୀ କମ୍ପାନୀ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା ହୋଇଥିଲା। ସିଙ୍ଗାପୁର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିବା ଉପ ପ୍ରଧାନମନ୍ତ୍ରୀ ଜାନ କିମ୍ ୟଙ୍ଗ୍ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଯୋଗଦେଇଥିବା ଅନ୍ୟ ପ୍ରମୁଖ କମ୍ପାନୀ ମଧ୍ୟରେ ଆଗ୍ରୋକର୍ପ ଇଣ୍ଟରନ୍ୟାସନାଲ, ଆରିଅନପ୍ରୋ ପେମେଣ୍ଟ ସଲ୍ୟୁସନ୍‌, ଇଷ୍ଟକମ୍‌, ଏଲିକ୍ସିର ଟେକ୍ନୋଲୋଜି, ଏନ୍‌ଭିରନସେନ୍ସ, ଏଭରଭୋଲ୍ଟ ଗ୍ରୀନ୍ ଏନର୍ଜି, ଗ୍ରେମାଟିକ୍ସ, ଆଇଟି, ୱାନବେରୀ ଟେକ୍ନୋଲୋଜି, ସୁବର୍ଣ୍ଣା ଜୁରୋଙ୍ଗ ଓ ୟଙ୍ଗନାମ୍ ଇଞ୍ଜିନିୟରିଂ ପିଟି ଲିମିଟେଡ୍ ଅନ୍ୟତମ। ସେହିପରି ଲିଣ୍ଡେ, ଭେନା ଏନର୍ଜି, କ୍ୟାପିଟାଲ୍ ଲ୍ୟାଣ୍ଡ, ଏଭରଷ୍ଟୋନ୍ ଗ୍ରୁପ୍‌, ଭୋପକ୍‌, ଇଣ୍ଡୋରାମା, ମାଇକ୍ରୋନ୍ ଓ ମାସ ହୋଲ୍ଡିଂ ପରି ବିଶ୍ୱସ୍ତରୀୟ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନିବେଶ ପାଇଁ ଓଡ଼ିଶା ଏବେ କ୍ରମବର୍ଦ୍ଧିଷ୍ଣୁ ହବ୍ ହେବାକୁ ଯାଉଛି। କେମିକାଲ୍ସ, ପେଟ୍ରୋକେମିକାଲ୍ସ, ମେଟାଲ୍‌, ମେଟାଲ୍ ଡାଉନ୍‌ଷ୍ଟ୍ରିମ୍‌, ଆଇଟି, ଆଇଟିଏସ୍‌, ଟେକ୍ସଟାଇଲ୍ ଓ ପୋଷାକ ପରି କ୍ଷେତ୍ରଗୁଡ଼ିକରେ ଓଡ଼ିଶାକୁ ଅଧିକ ପୁଞ୍ଜି ବିନିଯୋଗର ବ୍ୟାପକ ସୁଯୋଗ ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପୁର୍ବୋଦୟ ଯୋଜନା’ର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆମେ ପୂର୍ବ ଭାରତକୁ ପୁନର୍ଜୀବିତ କରିବା ଉପରେ ଧ୍ୟାନ ଦେଇଛୁ। ଓଡ଼ିଶା ଏହାର ସମୃଦ୍ଧ ପ୍ରାକୃତିକ ସମ୍ପଦ, ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ କୁଶଳୀ ମାନବ ସମ୍ବଳ ସହିତ ଭାରତର ଅଭିବୃଦ୍ଧି କାହାଣୀକୁ ଆଗେଇ ନେବାକୁ ପ୍ରସ୍ତୁତ। ଏକ ବିକଶିତ ଭାରତ ଆଡ଼କୁ ଏହି ପରିବର୍ତ୍ତନଶୀଳ ଯାତ୍ରାର ଅଂଶ ହେବା ପାଇଁ ମୁଁ ସମସ୍ତଙ୍କୁ ‘ଉତ୍କଳ ଓଡ଼ିଶା -ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’ ରେ ଯୋଗଦେବାକୁ ଆମନ୍ତ୍ରଣ କରୁଛି। କାରଣ ପୁଞ୍ଜିନିବେଶ ପାଇଁ ବିଶ୍ୱରୁ ନିବେଶକଙ୍କର ଓଡ଼ିଶା ହେବ ପ୍ରଥମ ପସନ୍ଦର କ୍ଷେତ୍ର। ଏନେଇ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ସିଙ୍ଗାପୁରରେ ବିଶ୍ୱର ବଡ଼ ବଡ଼ କମ୍ପାନୀମାନଙ୍କ ଶୀର୍ଷ ନେତୃତ୍ୱମାନଙ୍କ ସହିତ ସହ ଆମେ ଏଥିପାଇଁ ଆଲୋଚନା କରିଛୁ। ଓଡ଼ିଶାର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଓ ଉନ୍ନତ ଶିଳ୍ପ ନୀତି ସମ୍ପର୍କରେ ସେମାନଙ୍କୁ ଜଣାଇଛୁ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶିଳ୍ପପତି ସମ୍ପଦ ସ୍ୱାଇଁ କହିଛନ୍ତି, ଓଡ଼ିଶା ଏକ ଶିଳ୍ପ ଅନୁକୂଳ ରାଜ୍ୟ। ଆମେ ନୂତନ ଉଚ୍ଚତା ବୃଦ୍ଧି କରିବାକୁ ପ୍ରସ୍ତୁତ। ଦକ୍ଷତା ବିକାଶକୁ ପ୍ରାଥମିକତା ଦେଇ ଆମେ ଓଡ଼ିଶାକୁ ସ୍କିଲ୍ କ୍ୟାପିଟାଲ୍ ଅଫ୍ ଇଣ୍ଡିଆରେ ପରିଣତ କରିବାକୁ ଖସଡ଼ା ପ୍ରସ୍ତୁତ କରିଛୁ ବୋଲି ପ୍ରକାଶ କରିଛନ୍ତି।

Post Views: 43
Share200Tweet125Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In