• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ: ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସହ କେନ୍ଦ୍ରମନ୍ତ୍ରୀ

by Voice of Victims
October 19, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ: ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସହ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ୨୦୨୫ ମସିହା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହି ସମାରୋହ ଆୟୋଜନ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ସମାରୋହର ପ୍ରସ୍ତୁତି ସଂପର୍କରେ ଗତ ଗୁରୁବାର ଅପରାହ୍ଣରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମୀକ୍ଷା କରିଛନ୍ତି।ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରବାସୀ ଭାରତୀୟ ଦିବସ ପାଳନ ଆୟୋଜନ,ଭାରତ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ। ଭାରତର ବିକାଶରେ ପ୍ରବାସୀ ଭାରତୀୟମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ଏହାର ଉଦ୍ଦେଶ୍ୟ। ୧୯୧୫ ମସିହା ଜାନୁଆରୀ ୯ ତାରିଖରେ  ଜାତିର ଜନକ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ସ୍ମୃତିରେ ପ୍ରବାସୀ ଭାରତୀୟ ଦିବସ ପ୍ରତି ବର୍ଷ ପାଳନ କରାଯାଇଥାଏ। ୨୦୦୩ରୁ ଏହା ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସିଥିବା ବେଳେ ୨୦୧୫ ପରଠାରୁ ଏହା ପ୍ରତି ୨ ବର୍ଷରେ ଥରେ ଅନୁଷ୍ଠିତ ହେଉଛି ଏବଂ ଅଦ୍ୟାବଧି ୧୭ ଥର ଏହା ବିଭିନ୍ନ ସ୍ଥାନରେ  ଅନୁଷ୍ଠିତ ହୋଇସାରିଛି। ୨୦୨୩ ରେ ଏହା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଅନୁଷ୍ଠିତ ହୋଇଥିବା ବେଳେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି। ଭାରତ ପ୍ରତି ପ୍ରବାସୀ ଭାରତୀୟଙ୍କ ଚିନ୍ତାଧାରା, ସେମାନଙ୍କର ଭାବନାକୁ ଦେଶବାସୀଙ୍କ ନିକଟରେ ପ୍ରକାଶ କରିବା ସହିତ ସକରାତ୍ମକ କଥାବାର୍ତ୍ତା ପାଇଁ ଏକ ମଞ୍ଚ ଯୋଗାଇବା, ନିଜ ନିଜ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟମାନଙ୍କୁ ସମ୍ମାନିତ କରିବା, ସେମାନଙ୍କଠାରୁ ଦେଶବାସୀଙ୍କ ଆଶା ବିଷୟରେ ଜଣାଇବା, ଭାରତର ଯୁବପିଢୀକୁ ପ୍ରବାସୀ ଭାରତୀୟମାନଙ୍କ ସହିତ ସଂଯୋଗ କରିବା ଆଦି ପ୍ରସଙ୍ଗରେ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରେ। ଏହି ବୃହତ୍ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ ଆବଶ୍ୟକ ସମନ୍ଵୟ ଏବଂ ପ୍ରାରମ୍ଭିକ ପ୍ରସ୍ତୁତି ନିମନ୍ତେ ଆଲୋଚନା ପାଇଁ ଭାରତ ସରକାରଙ୍କ  ବିଦେଶ ମନ୍ତ୍ରାଳୟର ୫ ଜଣିଆ ଅଧିକାରୀ ପ୍ରତିନିଧି ଦଳ ଗତ ସେପ୍ଟେମ୍ବର ୨୫ ରୁ ୨୭ ତାରିଖ ଓଡ଼ିଶା ଆସି ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସଂପୃକ୍ତ ବିଭାଗର ସଚିବମାନଙ୍କ ସହ ଆଲୋଚନା କରିବା ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କ୍ଷେତ୍ର ପରିଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମ ଉଭୟ ଭାରତ ସରକାର ଓ ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଏକ ବୃହତ୍ ସମ୍ମିଳନୀ ହେବ, ଯେଉଁଥ‌ିରେ ପାଖାପାଖ୍ ୫୦୦୦ ଅଂଶଗ୍ରହଣକାରୀ ଭାଗନେବେ। କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ରାଷ୍ଟ୍ରପତି,  ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ, ସମେତ ଦେଶ ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗଦାନର କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ୨ୟ ଦିବସରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ  ସମାରୋହ ଓ ୩ୟ ଦିନରେ  ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍ ର  ଡିଜିଟାଲ ଫ୍ଲାଗଅପ କରିବା କାର୍ଯ୍ୟକ୍ରମ ରହିଛି। ସମସ୍ତ ଦିବସରେ ପୂର୍ଣ୍ଣ ଅଧିବେଶନ(ପ୍ଲିନାରି ସେସନ) ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ ଏବଂ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରବାସୀ  ଭାରତୀୟ, ଅତିଥି ଓ ଅନ୍ୟ ଅଧିକାରୀମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ, ଐତିହ୍ୟ ସ୍ଥଳ, ଦର୍ଶନୀୟ ସ୍ଥାନ ଓ ସଂଗ୍ରହାଳୟ ଆଦି ପରିଦର୍ଶନ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବୈଠକରେ ପ୍ରକାଶ କରିଥିଲେ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟର ପରାମର୍ଶ ଅନୁସାରେ ଏହି ସମାରୋହକୁ ସୁଚାରୁ ରୂପେ ଅନୁଷ୍ଠିତ କରିବା ପାଇଁ ଏକ ପରିଚାଳନା କମିଟି (ଷ୍ଟିଅରିଂ କମିଟି)ଏବଂ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି। ପରିଚାଳନା କମିଟିରେ ଭାରତ ସରକାରଙ୍କ ବାଣିଜ୍ୟିକ, ପାସପୋଟ ଏବଂ ଭିସା ଡିଭିଜନ ତଥା ଆନ୍ତର୍ଜାତିକ ବ୍ୟାପାର ସଚିବ ଅଧ୍ୟକ୍ଷ ଥାଇ ସଂପୃକ୍ତ ବିଭିନ୍ନ ମନ୍ତ୍ରାଳୟର ୭ ଜଣ ସଚିବଙ୍କ  ସମେତ ଓଡ଼ିଶାରୁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଦସ୍ୟ ରହିଛନ୍ତି।କାର୍ଯ୍ୟନିର୍ବାହୀ କମିଟିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ ବିଭାଗ), ଓଡ଼ିଶା ଅଧ୍ୟକ୍ଷ ଥିବା ବେଳେ ଓଡ଼ିଶାରୁ ସଂପୃକ୍ତ  ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ  ଏବଂ ଉପ କମିଟିମାନ ଗଠନ କରାଯାଇଛି। ସମସ୍ତ କମିଟିରେ ଓଡିଶା ସମେତ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି। ବିଭିନ୍ନ ଉପ କମିଟି ମଧ୍ୟରେ ପ୍ରବାସୀ ଭାରତୀୟ ଏବଂ ଅତିଥିମାନଙ୍କ ରହଣି, କାର୍ଯ୍ୟକ୍ରମ  ସ୍ଥଳର ପ୍ରସ୍ତୁତି ଓ ପରିଚାଳନା, ସହର ପରିଚ୍ଛନ୍ନତା ଓ ସୌନ୍ଦର୍ଯ୍ୟକରଣ,ପରିବହନ,ସାଂସ୍କୃତିକ କାର୍ଯ୍ୟକ୍ରମ, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ନିରାପତ୍ତା, ଜରୁରୀକାଳୀନ ସହାୟତା କମିଟି, ଗଣମାଧ୍ୟମ ଓ ଲୋକସଂପର୍କ, ପ୍ରଦର୍ଶନୀ, ବିଭିନ୍ନ ଦେଶର ଷ୍ଟଲ, ଅର୍ଭ୍ୟର୍ଥନା, ଅର୍ଥ,ଇ-ଗଭର୍ଣ୍ଣାନ୍‌ ଓ ଆଇଟି, ଖାଦ୍ୟ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଅତିଥିମାନଙ୍କ ଯାତାୟତ ପାଇଁ ସମନ୍ୱୟ ନିମନ୍ତେ ସଂପର୍କ ଅଧିକାରୀ କମିଟି ଆଦି ଉପ କମିଟିମାନ ଗଠନ କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଥିବା ହେବା ଆମ ପାଇଁ ଗୌରବ ଓ ସମ୍ମାନର ବିଷୟ ହେବ। ସଂପୃକ୍ତ ସମସ୍ତ ବିଭାଗର ସମ୍ମିଳିତ ଉଦ୍ୟମରେ ଯେପରି ଏହି ଦିବସ ସଫଳତାର ସହ ଆୟୋଜନ ହେବ, ସେଥିପାଇଁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

Post Views: 38
Tags: Migrant Indian Day will be held in BhubaneswarPresident
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In