୨୦୨୪ ନିର୍ବାଚନ ପାଇଁ ମେଣ୍ଟ ରାଜନୀତି ଏବେ ଅତ୍ୟନ୍ତ ରୋଚକ ସ୍ଥିତିରେ ପହଁଞ୍ଚିଛି। ବିଜେପି ବିଜେଡି ମେଣ୍ଟ ପାଇଁ ଆଲୋଚନା କେତେବେଳେ ଦିଲ୍ଲୀରେ, କେତେବେଳେ ଓଡ଼ିଶାରେ ତ ଆଉ କେତେବେଳେ ଆଖି ପିଛୁଳାକେ ଗୁରୁତ୍ୱପୂର୍ଣ ବୈଠକ ବସୁଛିି। ରେ କିଏ କହୁଛି ଚର୍ଚ୍ଚା ଚାଲିଛି, କିଏ କହୁଛି କୌଣସି ଆଲୋଚନା ନାହିଁ ତ ଆଉ କିଏ କହୁଛି ସ୍ଥିତି ମଜବୁତ କରିବାକୁ ପ୍ରୟାସ ଚାଲିଛି। ଛକାପଞ୍ଚା ର ଏହି ପ୍ରହେଳିକା ବଢ଼ି ବଢ଼ି ଚାଲିଛି, ଆଉ ତା ଭିତରେ, କିଏ କାହା ପିଠିରେ ବସି ନଦୀ ପାରହେବ ତାର ସେକଥାର ଭାଗବଣ୍ଟା ହେଇପାରୁନି । ଏପଟେ ଗୋଟିଏ ପରେ ଗୋଟିଏ ବ୍ୟକ୍ତି ଘରୁ ବାସନ୍ଦ ହେବାରେ ଲାଗିଛନ୍ତି, ସେପଟେ ପ୍ରତ୍ୟାଖିତ ଲୋକଙ୍କୁ କୋଳେଇ ନେଇ, ଠିକ ଲୋକ ଠିକ ଜାଗାକୁ ଆସିବାର ଦାବି ହେଉଛି। କିଏ ଭାଙ୍ଗୁଛି ଆଉ କିଏ ସଜାଡି ହେଉଛି ତାର ପ୍ରହେଳିକା ବି ବଢ଼ିବାରେ ଲାଗିଛି। ଦୁଇ ବିଲେଇଙ୍କ କଳି ଭିତରେ ମାଙ୍କଡ଼ ସାଜି ଫାଇଦା ଉଠେଇବା ପାଇଁ ଅସ୍ତିତ୍ବ ନଥିବା ଲୋକେ ହାତ ଉଠାଇବାକୁ ପ୍ରୟାସ କରୁଛନ୍ତି। ସତ କଥା ହେଲା ନେତୃତ୍ଵ ସଂକଟ ବା ଦୃଢ଼ ନେତୃତ୍ୱର ଅଭାବ, ସେହି କାରଣରୁ କିଛି ଜଣ ଖାଲି ବାଡେଇ ଛାଟେଇ ହେଉଛନ୍ତି। ଅସଲି ନିର୍ଦ୍ଦେଶ କୁ ଅପେକ୍ଷା ଯାହା କେବଳ ବିଜେପି ଚାଣକ୍ୟ ଙ୍କ ପାଖରେ ରହିଛି। ପ୍ରହେଳିକା ର ଅନ୍ତ କେବେ ହେବ ସେକଥାକୁ ନେଇ ଜନସାଧାରଣ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି।
