• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପଥର ଖଣି ନିକଟରୁ ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର, ଘଟଣାକୁ ନେଇ ଶୋକାକୁଳ ଅବସ୍ଥାରେ ପରିବାର ଲୋକେ

by Voice of Victims
September 6, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପଥର ଖଣି ନିକଟରୁ ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର, ଘଟଣାକୁ ନେଇ ଶୋକାକୁଳ ଅବସ୍ଥାରେ ପରିବାର ଲୋକେ

ରଣପୁର ୦୭/୦୯:(ଆପ୍ର): ରଣପୁର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଶରତ ପରିଡା ଙ୍କ ଏକମାତ୍ର କନ୍ୟା ନିରୁପମା ପରିଡା ଭୁବନେଶ୍ୱର ପାତ୍ରପଡାରେ କେୟାର ଟେକର ଭାବେ କାର୍ଯ୍ୟ କରୁଥିଲା l ଗତ ଜାନୁୟାରୀ ମାସ ୨୪ତାରିଖରେ ସେ ନିଜଗାଁ ହରିପୁର କୁ ଆସୁଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲା l ଏହି ଖବର ପାଞ୍ଚ ଦିନ ତଳେ ପ୍ରମେୟ ରେ ପ୍ରକାଶ ପାଇଥିଲା l ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାର ସନ୍ଧାନ ପାଉନଥିଲେ l ଝିଅକୁ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ନପାଇବା ହେତୁ ବାପ ମା ଝିଅର ଫେରିବା ବାଟକୁ ଚାହିଁ ଚାହିଁ ଚିନ୍ତାଗ୍ରସ୍ଥ ହୋଇ ଭାଙ୍ଗି ପଡ଼ିଥିଲେ l ଏପରିକି ଝିଅ ଚିନ୍ତାରେ ଉଭୟ ବାପ ମା ଠିକ ଭାବେ ଖାପିଅ ନକରି ରୋଗଗ୍ରସ୍ଥ ହୋଇ ପଡ଼ିଥିଲେ l

ଏସମ୍ପର୍କରେ ପାତ୍ରପଡା ଏରିଆ ଅଧିନସ୍ଥ ଭରତପୁର ଥାନାରେ ତା ୨୭/୦୧/୨୦୨୫ରେ ଏକ ମିସିଙ୍ଗି ରିପୋର୍ଟ ନମ୍ବର ୯ ପଞ୍ଜିକରଣ ହୋଇଥିଲl l କୌଣସି ସନ୍ଧାନ ନପାଇବାରୁ ପରେ ଏସମ୍ପର୍କରେ ତାର ପିତା ଶରତ ପରିଡା ରଣପୁର ଥାନାରେ ମଧ୍ୟ ଏକ ରିପୋର୍ଟ କରିଥିଲେ l ହେଲେ ଝିଅର ମିଶିଙ୍ଗ ସମ୍ପର୍କରେ ଗୋଟିଏ ସ୍ଥାନରେ ପଞ୍ଜିକୃତ ହୋଇଥିବ ହେତୁ ପୁନଶ୍ଚ ପଞ୍ଜିକୃତ ସମ୍ଭବ ନୁହେଁ ବୋଲି ରଣପୁର ଥାନା ବାବୁ ବୁଝାଇଥିଲେ l ଦୀର୍ଘଦିନ ଖୋଜିବା ପରେ ଝିଅର କୌଣସି ସନ୍ଧାନ ନପାଇବା ହେତୁ ଝିଅର ପିତା ଶରତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଟ ରେ ଏସମ୍ପର୍କରେ ଅଭିଯୋଗ ଦାଖଲପରେ ଗତ ୩୧/୦୭/୨୦୨୫ ତାରିଖରେ CMO20251288592 ରେ ପଞ୍ଜିକୃତ ହୋଇଥିଲା l ଝିଅର ମିସିଙ୍ଗ ସମ୍ପର୍କିତ କୌଣସି ସୂଚନା ନମିଳିବା ହେତୁ ପରିବାର ତରଫରୁ ଏ ସମ୍ପର୍କରେ ଖବର କାଗଜରେ ଖବର ପ୍ରକାଶ ପାଇଁ ନିବେଦନ ପରେ ତାହା ମଧ୍ୟ ଖବର କାଗଜରେ ପ୍ରକାଶ ପାଇଥିଲା l

ଶୁକ୍ରବାର ଭରତପୁର ଥାନା ତରଫରୁ ନିରୁପମା ଙ୍କ ପରିବାର କୁ ଝିଅ ସମ୍ପର୍କରେ ସୂଚନା ମିଳିଛି ତୁମେ ଆସି ପହଞ୍ଚ ବୋଲି ଖବର ପାଇବା ପରେ ପରିବାର ଲୋକେ ସେଠାରେ ପହଞ୍ଚିବାପରେ ତାଙ୍କ ଝିଅକୁ ରଣପୁର ଥାନା ମଝିଆଁଖଣ୍ଡ ଗ୍ରାମର ଜୟନିକ ବେକ୍ତି ମାରି ତାପଙ୍ଗ ନିକଟସ୍ଥ ଏକ ଖଣିମଧରେ ପଥର ମଡ଼ାଇ ତା ଉପରେ ବେଣା ଗଛ ମଡ଼ାଇ ଦେଇଥିବା ପ୍ରକାଶ କରିଥିଲେ l ପରିବାର ଲୋକଙ୍କ ସହ ଅଭିଯୁକ୍ତ ଙ୍କୁ ସାଙ୍ଗରେ ଧରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀର ଗଳିତ ଶବ ଉଦ୍ଧାର କରି ଜବତ କରିବା ସହ ବ୍ୟବଛେଦ ପାଇଁ ଏମ୍ସ ହସ୍ପିଟାଲ କୁ ନେଇଥିବା ସୂଚନା ମିଳିଛି l ଭରତପୁର ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରିରଖିଥିବା ବେଳେ ପରିବାର ଲୋକେ ଝିଅର ଏଭଳି ଘଟଣା ଶୁଣି ଭାଂଗିପଡ଼ିଥିବା ଜଣାଯାଇଛି l

Post Views: 252
Share203Tweet127Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In