• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗ: ବିରୋଧୀଙ୍କ ହଙ୍ଗମା, ଗୃହ ଅଚଳ

by Voice of Victims
December 10, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗ: ବିରୋଧୀଙ୍କ ହଙ୍ଗମା, ଗୃହ ଅଚଳ

ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କ ନଅ ମାସର ବକେୟା ଦରମା ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗମା ଯୋଗୁଁ ଗୃହ ଅଚଳ ହୋଇଛି। ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ମାରାତ୍ମକ ଅଭିଯୋଗ କରିି ବିରୋଧୀ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି। ବିଜେଡି ସବୁବେଳେ ମିଶନ ଶକ୍ତି ସହ ଥିଲା ଏବଂ ରହିଅଛି। ହେଲେ ବିଜେପି ସରକାରଙ୍କ ଷଡ଼ଯନ୍ତ୍ର କାର୍ଯ୍ୟକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ଅନ୍ୟପକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମିଶନ ଶକ୍ତିର ମହିଳାମାନେ କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବାର ଆବଶ୍ୟକତା ନାହିଁ। ମହିଳାଙ୍କ ସ୍ୱାର୍ଥ ପାଇଁ ଯାହା ଠିକ୍ ସରକାର ତାହା କରିବେ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ତେବେ ଫଳରେ ଗୃହରେ ଅସ୍ୱାଭାବିକ ସ୍ଥିତି ପାଇଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ବାରମ୍ବାର ମୁଲତବୀ କରିଛନ୍ତି। ମଙ୍ଗଳବାର ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଧାର୍ଯ୍ୟ ସାଢ଼େ ୧୦ରେ ଆରମ୍ଭ ହୋଇଥିଲେ ହେଁ ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟ ଗୃହ ମଝିକୁ ଆସି ମିଶନ ଶକ୍ତି ମହିଳାଙ୍କ ଦାବି ପୂରଣ କରାଯାଉ ବୋଲି ଦାବି କରି ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଗୃହ ୧୦ଟା୩୪ରୁ ସାଢ଼େ ୧୧ ଯାଏ ମୁଲତବୀ ହୋଇଥିଲା। ପୁଣି ଗୃହ ଆରମ୍ଭ ହୋଇଥିଲେ ହେଁ ବିରୋଧୀ ଅନୁରୂପ ଅବସ୍ଥା ସୃଷ୍ଟି କରିଥିଲେ। ସେଥିପାଇଁ ପୁଣି ୧୨ଟା ଯାଏ ମୁଲତବୀ ହୋଇଥିଲା ଗୃହ। ଶୂନ୍ୟକାଳ ଆରମ୍ଭ ହେବା ପରେ ମିଶନ ଶକ୍ତି ମହିଳା ପ୍ରସଙ୍ଗରେ ଗୃହରେ ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ। ବିଜେଡ଼ି ବିଧାୟକ ଧ୍ରୁବ ସାହୁ କହିଥିଲେ, ଆଠ ମାସ ହେଲାଣି, ସିଆର୍‌ପି, ଏମ୍‌ବିକେମାନେ ଦରମା ପାଇନାହାନ୍ତି। ଶୀତ କାକରରେ ବସିଛନ୍ତି। ସେମାନଙ୍କ କଥା ବିଚାର କରନ୍ତୁ। ସେମାନଙ୍କ ଦୁଃଖ ବୁଝନ୍ତୁ ସରକାର। ଏଗ୍ରିମେଣ୍ଟ ସରିଯାଇଛି ବୋଲି ସରକାର କହୁଛନ୍ତି। ନବୀକରଣ କରିବାର ଆବଶ୍ୟକତା ଅଛି । ମିଶନ ଶକ୍ତିକୁ ବନ୍ଦ୍ କରିବାକୁ ଚକ୍ରାନ୍ତ କରୁଛନ୍ତି ସରକାର। ସୁଭଦ୍ରା ଟଙ୍କା ବାଣ୍ଟିଦେଲେ ସ୍ୱାବଲମ୍ବୀ ହେବେ ନାହିଁ ମହିଳା ବୋଲି ସେ ଅଭିଯୋଗ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ମିଶନ ଶକ୍ତି ମହିଳାଙ୍କ ପାଇଁ ଆଗେଇ ଆସିବା କଥା। ସେମାନଙ୍କ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବିଜେଡି ଏମିତି ଭୁଲ କରି କ୍ଷମତାରୁ ପଳାଇଲେ ,ତୁମେ କାହିଁକି ଭୁଲ କରୁଛ ବୋଲି ପ୍ରଶ୍ନ କରି କାଡ଼ାମ କହିଥିଲେ, ତୁମେ ସେହି ମା’ ମାନଙ୍କୁ ନ୍ୟାୟ ଦିଅ। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, ମହିଳାଙ୍କୁ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛି ବିଜେଡି। ମହିଳାଙ୍କୁ ସର୍ବଶ୍ରେଷ୍ଠ କରିବାକୁ କହୁଥିଲେ, ତିନି ମାସ ଆଗରୁ ଏଗ୍ରିମେଣ୍ଟକୁ କାଟି ଦେଲେ । ବିଜେପି ଷଡ଼ଯନ୍ତ୍ର କରିବା କଥା କହୁଛନ୍ତି ଆମେ ତ ସରକାରକୁ ଆସିବା ପାଞ୍ଚ ମାସ ହେଲା କିନ୍ତୁ ତା ପୂର୍ବରୁ ତ ଆପଣ ମାନେ ଥିଲେ କିନ୍ତୁ କାହିଁକି ତାଙ୍କୁ ଦରମା ଦେଇନାହାନ୍ତି । ବେବିନା ଇତିଶ୍ରୀଙ୍କ ସମୟରେ ତାଙ୍କ ସମ୍ବେଦନଶୀଳ କୁଆଡେ ଯାଇଥିଲା । ୨୪ ବର୍ଷ ଧରି ମା ମାନଙ୍କୁ ବ୍‌ଯବହାର କରି ରାଜନୀତି ରୁଟି ସେକିବା ଠିକ୍ ନୁହେଁ। ବିରୋଧୀ ଦଳ ନେତା ଗୃହ ବାହାରେ କହିବା ପୂର୍ବରୁ ନିଜେ କରୁଥିବା ଭୁଲ ସ୍ୱକାର କରନ୍ତୁ । ମହିଳା ମାନଙ୍କୁ ମଝି ଦରୀୟରେ ବସାଇ ଦେଲ। ଏମାନଙ୍କ କୁମ୍ଭୀର କାନ୍ଦଣା ଆଉ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ। ବିଜେପି ସରକାରଙ୍କ ମହିଳା ସଶକ୍ତିକରଣ ନେଇ ଟାର୍ଗେଟ କଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଥିଲେ, ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ। ସରକାରକୁ ଆସିଲା ପରେ ୫ ବର୍ଷରେ ୫୦ ହଜାର ଦେବେ ବୋଲି କହିଲେ। ଏହା କଣ ମହିଳାଙ୍କୁ ଭଣ୍ଡାଇଲେ ନାହିଁ କି ? ବିଜେପି ସରକାର ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି, ସେଠି ମହିଳା ଙ୍କ ପାଇଁ ଡବଲ ଷ୍ଟାଣ୍ଡାର୍ଡ ନୀତି ଗ୍ରହଣ କରୁଛନ୍ତି। ହରିୟାଣାରେ ଡବଲ ଇଞ୍ଜିନ ସରକାର ୨୧୦୦ ଶହ ଦେଉଛନ୍ତି, ଓଡ଼ିଶାରେ ଦିନକୁ ୨୭ ଟଙ୍କା ଦେଉଛନ୍ତି। ୨୭ ଟଙ୍କାରେ କେଉଁ ମହିଳା ଉଦ୍ୟୋଗୀ ହେବେ। ବିଜେପିର ଯେଉଁ ମୁଁହରେ ଅରୁଆ ସେହି ମୁଁହରେ ଉଷୁନା। ଏହି ନୀତି ଛାଡ଼ନ୍ତୁ। ଉପ ମୁଖ୍ୟମନ୍ତ୍ରୀ ଓ ସରକାରୀ ଦଳର ସଦସ୍ୟମାନେ ବାହାବହା ନେଉଛନ୍ତି ସରକାର। ହେଲେ ମାସକୁ ମାତ୍ର ୮୮୩ ଟଙ୍କା ଦେଇ କିପରି ସସକ୍ତ କରିବେ ବୋଲି ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସ୍ୱାଇଁ କଟାକ୍ଷ କରିଥିଲେ। ସେହିପରି କଂଗ୍ରେସ ବିଧାୟିକା ସୋଫିଆ ସରକାରଙ୍କୁ କଡ଼ା ଟାର୍ଗେଟ୍ କରି କହିଥିଲେ, ଗତକାଲି ପରି ଆଜି ମଧ୍ୟ ୯ ମାସର ବକେୟା ଦରମା ଦାବି ସହ ଅନ୍ୟାନ୍ୟ ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା। ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡ଼ିଶା ଜିପିଏଲଫ୍ ମିଶନ ଶକ୍ତି କର୍ମୀ ସଂଘ। ମହିଳା ଆଜି ରାଜ ରାସ୍ତାରେ। ତାହା ଦୁଃଖ ଓ ଲଜ୍ଜାର ବୋଲି ସେ କହିଥିଲେ। ଶେଷରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ବକେୟା ଦରମା ପ୍ରସଙ୍ଗ ନେଇ ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ନେତାଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ । ଗତକାଲି ଏହି ପ୍ରସଙ୍ଗରେ ବିଧାନସଭା ଗୃହରେ ଚର୍ଚ୍ଚା ହୋଇଛି। ମହିଳାଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ଗୃହ ଭିତରେ ଓ ବାହାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସ୍ପଷ୍ଟ କରିଥିଲେ।

Post Views: 44
Tags: Mission Shakti Women's Salary Arrears Issue: Opposition's Uproar
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In