• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କୁଏତରେ ଓଡିଆ ଶ୍ରମିକଙ୍କ ସହ କଥା ହେଲେ ମୋଦି

by Voice of Victims
December 22, 2024
in ଦେଶ ବିଦେଶ, ମୁଖ୍ୟ ଖବର
କୁଏତରେ ଓଡିଆ ଶ୍ରମିକଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ଦୁଇ ଦିନିଆ କୁଏତ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଦିନରେ କୁଏତରେ ଥିବା ଭାରତୀୟ ଶ୍ରମିକଙ୍କ ସହିତ କଥା ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିବା ଓଡିଶାର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ । ଜୟ ଜଗନ୍ନାଥ କହି ଓଡିଆ ଶ୍ରମିକଙ୍କ ସହ ବାର୍ତ୍ତାଳପ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରବାସୀ ଶ୍ରମିକଙ୍କ ସହ ଭାବ ଆଦାନ ପ୍ରଦାନ ସହ ଭୋଜନ କରିଥିଲେ ମୋଦି । କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁଏତ୍‌ର ‘ହାଲା ମୋଦି’ (ସ୍ୱାଗତ ମୋଦି) କାର୍ୟ୍ୟକ୍ରମରେ ଏହି ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ।  ଭୁବନେଶ୍ୱରରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ସେ କୁଏତର ପ୍ରବାସୀ ଭାରତୀୟଙ୍କୁ କରିଛନ୍ତି ନିମନ୍ତ୍ରଣ। ଏଥିସହ କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେମାନଙ୍କୁ  ସେ କହିଛନ୍ତି।‘ହାଲା ମୋଦି’ କାର୍ୟ୍ୟକ୍ରମରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି ।ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍ ୨୦୨୫ ଜାନୁଆରୀ ଏଥର ଅନେକ ରାଷ୍ଟ୍ରୀୟ ଉତ୍ସବର ମାସ ହେବାକୁ ଯାଉଛି । ୮ ରୁ ୧୦ ଜାନୁଆରୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ। ମୁଁ ଆପଣ ସମସ୍ତଙ୍କୁ ଏହି କାର୍ୟ୍ୟକ୍ରମ ପାଇଁ ନିମନ୍ତ୍ରଣ କରୁଛି। ଏହି ଯାତ୍ରାରେ ଆପଣ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି କହିଛନ୍ତି ମୋଦି।

Post Views: 34
Share197Tweet123Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In