• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରତାପଙ୍କ ସହ କଥା ହେଲେ ମୋଦୀ

by Voice of Victims
December 19, 2024
in ଦେଶ ବିଦେଶ, ମୁଖ୍ୟ ଖବର
ପ୍ରତାପଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ:ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ। ଗୁରୁତର ଅବସ୍ଥାରେ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂସଦ ଏଣ୍ଟ୍ରି ଗେଟରେ ଆଜି କିଛି ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ତେବେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଯିବା ପରେ ମୋଦୀ ଫୋନ କରି ପ୍ରତାପଙ୍କ ସହ କଥା ହୋଇଛନ୍ତି । ଫୋନ ଯୋଗେ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏହାଛଡ଼ା ଅନ୍ୟ ଆହତ ସାଂସଦ ମୁକେଶ ରାଜପୁତଙ୍କ ସହ ମଧ୍ୟ ମୋଦୀ ଫୋନ ଯୋଗେ କଥା ହୋଇଛନ୍ତି ।  ପ୍ରକାଶ ଯେ  ଏହି ଘଟଣା ପରେ ସଫେଇ ରଖିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, ” ମୁଁ ସଂସଦର ପ୍ରବେଶ ଦ୍ୱାର ଦେଇ ଭିତରକୁ ଯିବାକୁ ଚେଷ୍ଟା କରୁଥିଲି, ବିଜେପି ସାଂସଦମାନେ ମୋତେ ଅଟକାଇବାକୁ, ଠେଲି ଦେବାକୁ ଏବଂ ଧମକ ଦେବାକୁ ଚେଷ୍ଟା କରୁଥିଲେ । ତେଣୁ ଏପରି ଘଟଣା ଘଟିଛି । ହଁ ଏପରି ଘଟିଛି ମଲିକାର୍ଜୁନ ଖଡଗେଙ୍କୁ ଧକ୍କା ଦିଆଯାଇଛି । କିନ୍ତୁ ଆମେ ଧକ୍କା ମୁକ୍କାରେ ପ୍ରଭାବିତ ହେଉନାହୁଁ । ଏହା ହେଉଛି ପ୍ରବେଶ ଦ୍ୱାର ଏବଂ ଆମର ଭିତରକୁ ଯିବାର ଅଧିକାର ଅଛି । ବିଜେପି ସାଂସଦ ମାନେ ଆମକୁ ଭିତରୁ ନଯିବାକୁ ଚେଷ୍ଟା କରୁଥିଲେ । ମୁଖ୍ୟ ପ୍ରସଙ୍ଗ ହେଉଛି ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ଏବଂ ଆମ୍ବେଦକରଙ୍କୁ ଅପମାନ କରୁଛନ୍ତି। ”

Post Views: 38
Share198Tweet124Send
Voice of Victims

Voice of Victims

Recent Posts

  • Weekly News Paper (March 30 – April 05)
  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In