ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୋଦିଙ୍କର ଏହା ଷଷ୍ଠ ଓଡ଼ିଶା ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ସଜେଇ ହୋଇଛି ଭୁବନେଶ୍ବର । ମୋଦିଙ୍କୁ ସ୍ବାଗତ ପାଇଁ ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ପୋଷ୍ଟର, ବ୍ୟାନର ଛାଇ ହୋଇଯାଇଛି ।
ଭୁବନେଶ୍ବରରେ ମୋଦିଙ୍କର ୨ଘଣ୍ଟା ୧୦ମିନିଟର କାର୍ଯ୍ୟକ୍ରମ ରହିଛି । ଅପରାହଣ ୩ଟା ୪୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ୩ଟା ୪୫ରୁ ୪ଟା ୧୫ ପର୍ଯ୍ୟନ୍ତ ରହିଛି ରୋଡ ସୋ । ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା ଓ କଳିଙ୍ଗ ଷ୍ଟାଡିୟମରୁ ହେବ ରୋଡ ସୋ । ୪ଟା୧୫ରୁ ୫ଟା ୩୦ ଯାଏ ଜନତା ମୈଦାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୫ଟା ୪୫ରେ ପୁଣି ବିମାନବନ୍ଦର ଯାଇ ୫ଟା ୫୦ରେ ବିଶାଖାପାଟଣା ଗସ୍ତ କରିବେ । ଲକ୍ଷାଧିକ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ ।
