• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିହାରରେ ଆତଙ୍କବାଦୀଙ୍କୁ ମୋଦୀଙ୍କ ଚରମବାଣୀ, ମାଟିରେ ମିଶେଇଦେବୁ…

by Voice of Victims
April 24, 2025
in ଦେଶ ବିଦେଶ, ମୁଖ୍ୟ ଖବର
ବିହାରରେ ଆତଙ୍କବାଦୀଙ୍କୁ ମୋଦୀଙ୍କ ଚରମବାଣୀ, ମାଟିରେ ମିଶେଇଦେବୁ…

ପାଟନା: ପଞ୍ଚାୟତରାଜ ଦିବସ ଅବସରରେ ବିହାରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପହଲଗାମରେ ଆତଙ୍କବାଦୀମାନେ ଯେଉଁ ନିରୀହ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି, ତାହା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଆମେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରଙ୍କ ସହ ଅଛୁ।” ସେ ଆହୁରି କହିଛନ୍ତି, “ଆମେ ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡିତ କରିବୁ। ଭାରତର ଆତ୍ମା ଆତଙ୍କବାଦ ଆଗରେ କେବେ ନଇଁବ ନାହିଁ। ଆମେ ସେମାନଙ୍କୁ ପୃଥିବୀର ଯେକୌଣସି ପ୍ରାନ୍ତରେ ଖୋଜି ଦଣ୍ଡିତ କରିବୁ। ଏମିତି ଦଣ୍ଡ ଦିଆଯିବ ସେମାନେ କେବେ କଳ୍ପନା କରିନଥିବେ”।

ସେ ଏହି ସବୁ କଥା ମୋଦୀ ଇଂରାଜୀରେ କହିଥିଲେ ପରେ ହିନ୍ଦୀରେ କହିଥିଲେ। ଏପରି କହି ମୋଦୀ ସାରା ଦୁନିଆକୁ ଆତଙ୍କବାଦ ବିରୋଧରେ ଭାରତର ନିଷ୍ପତ୍ତି ଜଣାଇ ଦେଇଛନ୍ତି । ଏଥିସହ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଠୁ ଆରମ୍ଭ କରି ଯେଉଁ ସବୁ ଦେଶ ଭାରତ ସମର୍ଥନରେ ଛିଡ଼ା ହୋଇଛନ୍ତି ସେମାନଙ୍କୁ ନିଜର ବାର୍ତ୍ତା ଦେଇଛନ୍ତି ।

ଏହି ଅବସରରେ ଯେଉଁ ପର୍ଯ୍ୟଟକମାନେ ପ୍ରାଣ ହରାଇଛନ୍ତ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । କହିଥିଲେ ମୃତକଙ୍କ ମଧ୍ୟରେ ଓଡ଼ିଆ (ବାଲେଶ୍ୱରର ପ୍ରଶାନ୍ତ ଶତପଥୀ) , କନ୍ନଡ, ବେଙ୍ଗଲୀ, ମରାଠୀ, ବିହାରର ସନ୍ତାନ ଥିଲେ । ଏବେ ଆମ ଦଃଖ ଓ ଆକ୍ରୋଶ ଏକ ରହିଛି । ଏହି ଆକ୍ରମଣ ପର୍ଯ୍ୟଟକଙ୍କ ଉପରେ କେବଳ ହୋଇନି ବରଂ ଦେଶର ଆତ୍ମା ଉପରେ ଆକ୍ରମଣ କରିଛନ୍ତି । ଯେଉଁମାନେ ଆକ୍ରମଣ କରିଛନ୍ତି ଆଉ ଏହାର ଷଡ଼ଯନ୍ତ୍ରକାରୀ ଭାବିନଥିବେ ଏପରି ସଜା ଦିଆଯିବ ବୋଲି ମୋଦୀ କହିଥିଲେ ।

ଜମ୍ମୁ ଓ କଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କ ସହିତ ମୋଟ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ତାହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଆକ୍ରମଣ ପାଇଁ ପାକିସ୍ତାନ ଆଧାରିତ ଲସ୍କର-ଏ-ତୋଇବା (LeT) ସହ ଜଡ଼ିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ଦାୟୀ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଭାରତ ପାକିସ୍ତାନ ବିରୁଦ୍ଧରେ କଡ଼ା କୂଟନୈତିକ ପଦକ୍ଷେପ ଘୋଷଣା କରିଛି, ଯାହା ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି (Indus Waters Treaty) ସ୍ଥଗିତ ରଖିବା ଏବଂ ଅଟାରୀ ସୀମାନ୍ତ ମାଧ୍ୟମରେ ବାଣିଜ୍ୟ ବନ୍ଦ କରିବା ଅନ୍ୟତମ।

ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ବୈଠକରେ ପାକିସ୍ତାନ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ଅଟାରୀ ସୀମାନ୍ତ ମାଧ୍ୟମରେ ସମସ୍ତ ବାଣିଜ୍ୟ ବନ୍ଦ କରିଛି। ଏହା ସହ ପାକିସ୍ତାନୀ ସାର୍କ ଭିସା ଛାଡ଼ ରଦ୍ଦ ଏବଂ ନୂଆଦିଲ୍ଲୀରୁ ପାକିସ୍ତାନୀ ସାମରିକ ଉପଦେଷ୍ଟାଙ୍କୁ ବହିଷ୍କାର କରାଯାଇଛି।

ଏହି ନିଷ୍ପତ୍ତି ପାକିସ୍ତାନକୁ ଆନ୍ତର୍ଜାତୀୟ ସ୍ତରରେ ଏକାକୀ କରିବା ଏବଂ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବା ଅଭିଯୋଗ ଉପରେ ଚାପ ସୃଷ୍ଟି କରିବା ଲକ୍ଷ୍ୟରେ ନିଆଯାଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, “ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନକଲେ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱାଭାବିକ ହେବ ନାହିଁ।”

କେନ୍ଦ୍ର ସରକାର ଏହି ଆକ୍ରମଣକୁ ନେଇ ଆଜି ଗୁରୁବାର ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସୂଚନା ଅନୁଯାୟୀ, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ବୈଠକରେ ଉପସ୍ଥିତ ରହି ରାଜନୈତିକ ନେତାମାନଙ୍କୁ ସରକାରଙ୍କ ପଦକ୍ଷେପ ବିଷୟରେ ଅବଗତ କରାଇବେ। ଏହି ବୈଠକରେ ପାକିସ୍ତାନକୁ ଏକାକୀ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

ଦେଶର ବିଭିନ୍ନ ରାଜନୈତିକ ଦଳ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଜମ୍ମୁ ଓ କଶ୍ମୀର ବିଜେପି ନେତା ରବିନ୍ଦର ରାଇନା ଏହି ପଦକ୍ଷେପକୁ “ସାହସୀ” ବୋଲି ଅଭିହିତ କରିଛନ୍ତି। ତେବେ ବିରୋଧୀ ନେତା ରାହୁଲ ଗାନ୍ଧୀ ଓ ଆସାଦୁଦ୍ଦିନ ଓବେସୀ ଗୁଇନ୍ଦା ବିଭାଗର ବିଫଳତା ଏବଂ ଆର୍ଟିକଲ ୩୭୦ ରଦ୍ଦ ପରେ ସୁରକ୍ଷା ନୀତିର ପ୍ରଭାବଶୀଳତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଦିଲ୍ଲୀ, ମୁମ୍ବାଇ ଓ ଗୌହାଟିରେ ଜନସାଧାରଣ ରାସ୍ତାକୁ ଓହ୍ଲାଇ ଏହି ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଗୁଜରାଟ ସରକାର ପୀଡ଼ିତ ପରିବାରଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ଯୁକ୍ତରାଷ୍ଟ୍ର, ରୁଷିଆ ଓ ନେପାଳ ନେତାମାନେ ଏହି ଆକ୍ରମଣକୁ ନିନ୍ଦା କରି ଭାରତ ସହ ଐକ୍ୟବଦ୍ଧତା ପ୍ରକାଶ କରିଛନ୍ତି।

ପହଲଗାମ ଆକ୍ରମଣ ପରେ ଭାରତର ଏହି କଡ଼ା ପଦକ୍ଷେପ ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଜଟିଳ କରିଛି। ଜାତୀୟ ତଦନ୍ତ ସଂସ୍ଥା (NIA) ଅପରାଧୀଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି, ଏବଂ କଶ୍ମୀର ଉପତ୍ୟକାରେ ଆତଙ୍କବାଦ ବିରୋଧୀ ଅଭିଯାନ ତୀବ୍ର କରାଯାଇଛି।

Post Views: 57
Share200Tweet125Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In