• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳକୁ ଫେରିବ ରାଜା ଶାସନ !

by Voice of Victims
March 10, 2025
in ଦେଶ ବିଦେଶ, ମୁଖ୍ୟ ଖବର
ନେପାଳକୁ ଫେରିବ ରାଜା ଶାସନ !

ନୂଆଦିଲ୍ଲୀ: ନେପାଳକୁ ପୁଣି ଫେରିବ କି ରାଜା ଶାସନ? ୧୬ବର୍ଷ ତଳେ ନେପାଳ ବିଶ୍ବର ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା । ୨୦୦୮ପର୍ଯ୍ୟନ୍ତ ନେପାଳରେ ରାଜତନ୍ତ୍ର ରହିଥିବା ବେଳେ, ରାଜା ଥିଲେ ଜ୍ଞାନେନ୍ଦ୍ର ଶାହା । ତେବେ ମାଓବାଦୀ ଆନ୍ଦୋଳନ ତଥା ବାମପନ୍ଥୀ କ୍ରାନ୍ତି ପରେ ନେପାଳରେ କ୍ଷମତା ପରିବର୍ତ୍ତନ ହୋଇଥିଲା । ଫଳରେ ଜ୍ଞାନେନ୍ଦ୍ର ଶାହାଙ୍କୁ ସିଂହାସନ ଖାଲି କରିବାକୁ ପଡିଥିଲା । ଏବେ ପୁଣି ନେପାଳରେ ପରିବର୍ତ୍ତନର ପବନ ବହୁଥିବା ନେଇ ଚର୍ଚ୍ଚା ହେଉଛି । ଏହାର ଝଲକ ରାଜଧାନୀ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦେଖିବାକୁ ମିଳିଛି । ରାଜା ଜ୍ଞାନେନ୍ଦ୍ର ଶାହାଙ୍କୁ ସ୍ବାଗତ କରିବାକୁ ୧୦ହଜାରରୁ ଅଧିକ ଲୋକ ଏକାଠି ହେବା ସହ ରାଜା ଶାସନ ସପକ୍ଷରେ ନାରା ଲଗାଇଥିଲେ ।

କ୍ଷମତାକୁ ଫେରିବେ କି ଜ୍ଞାନେନ୍ଦ୍ର?

ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହା ପୋଖରାରେ ୨ମାସ ରହିବା ପରେ କାଠମାଣ୍ଡୁ ଫେରିଛନ୍ତି । ତେବେ ତାଙ୍କୁ ସ୍ବାଗତ କରିବା ପାଇଁ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ନେପାଳରେ ପୁଣି ରାଜା ଶାସନ ଫେରାଇ ଆଣିବା ସହ ଦେଶକୁ ପୁଣି ହିନ୍ଦୁ ରାଷ୍ଟ୍ର କରିବାକୁ ଦାବି କରୁଛନ୍ତି ଜ୍ଞାନେନ୍ଦ୍ରଙ୍କ ସମର୍ଥକ । ଏହାମଧ୍ୟରେ ଜ୍ଞାନେନ୍ଦ୍ର ରାଜନୀତିକୁ ଫେରିବା ନେଇ ବି ଚର୍ଚ୍ଚା ବଢିଛି । ଏପରିକି ଏଥିପାଇଁ ଜ୍ଞାନେନ୍ଦ୍ର ଗତ କିଛି ସମୟ ଧରି ପ୍ରସ୍ତୁତି କରୁଥିବା ବି କୁହାଯାଉଛି । ପୋଖରାରେ ରହିବା ବେଳେ ସେ ମନ୍ଦିର, ତୀର୍ଥସ୍ଥଳୀ ଗସ୍ତ କରିବା ସହ ଲୋକଙ୍କ ମୁଡ୍ ପରଖିବାକୁ ଉଦ୍ୟମ କରିଥିଲେ ।

ରାଜା ଶାସନ ଫେରାଇବାକୁ ଦାବି

ନେପାଳ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଦାବି ମଧ୍ୟରେ ରାଷ୍ଟ୍ରୀୟ ପ୍ରଜାତାନ୍ତ୍ରିକ ପାର୍ଟି ବା ଆରପିପି ଜ୍ଞାନେନ୍ଦ୍ର ଶାହାଙ୍କୁ ସମର୍ଥନ କରୁଛି । ଦଳ ଗଠନ ବେଳଠୁ ହିଁ ନେପାଳରେ ରାଜା ଶାସନକୁ ସମର୍ଥନ କରିଆସୁଛି । ୨୦୦୮ରେ ଆରପିପି ୫୭୫ସିଟ ବିଶିଷ୍ଟ ନେପାଳ ସଂସଦରେ ୮ଟି ସିଟ୍ ଜିତିଥିବା ବେଳେ ୨୦୨୨ରେ ୧୪ଟି ସିଟ୍ ଜିତିଛି । ନେପାଳର ଶାସନ ବ୍ୟବସ୍ଥା ଉପରୁ ଲୋକଙ୍କ ମୋହଭଙ୍ଗ ହୋଇସାରିଛି । ଏବେ ଲୋକ ପୁରୁଣା ଦିନକୁ ମନେ ପକାଉଛନ୍ତି ବୋଲି ଆରପିପିର ବରିଷ୍ଠ ନେତା ରବିନ୍ଦ୍ର ମିଶ୍ରା କହିଛନ୍ତି । ଜ୍ଞାନେନ୍ଦ୍ରଙ୍କୁ ବିମାନବନ୍ଦରରେ ଆରପିପି ନେତା ସ୍ବାଗତ କରିଥିଲେ ।

ଶାସନ ବ୍ୟବସ୍ଥାରୁ ମୋହଭଙ୍ଗ !

ପୂର୍ବରୁ ରାଜା ଶାସନକୁ ବିରୋଧ କରିଥିବା ଲୋକ ଏବେ ପୁଣି ରାଜା ଶାସନ ଫେରାଇ ଆଣିବାକୁ ଚାହୁଁଛନ୍ତି । ସେମାନଙ୍କ ମତରେ, ୧୬ବର୍ଷ ତଳେ ଯେଉଁ ଆଶାରେ ସେମାନେ ରାଜା ଶାସନ ଶେଷ କରିବାକୁ ଚାହିଁଥିଲେ ତାହା ପୂରଣ ହୋଇପାରିନି । ନେପାଳରେ କିଛି ପରିବର୍ତ୍ତନ ହେଲାନି । ଓଲଟା ଦେଶରେ ଅସ୍ଥିରତା ଦେଖାଦେବା ସହ ଦରଦାମ୍ ବୃଦ୍ଧି ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ ସ୍ଥିତି ଖରାପ ହୋଇଛି । ଗରିବଙ୍କ ପାଖରେ ଖାଇବାକୁ ଦୁଇମୁଠା ନାହିଁ । ଦେଶର ନିୟମ ଧନୀ ଶ୍ରେଣୀର ଲୋକଙ୍କ ଉପରେ ଲାଗୁ ହେଉନି । ତେଣୁ ନୂଆ ଶାସନ ବ୍ୟବସ୍ଥାରୁ ଲୋକଙ୍କ ମୋହଭଙ୍ଗ ହୋଇଥିବା କୁହାଯାଉଛି।

୧୬ବର୍ଷରେ ବଦଳିଛି ୧୩ସରକାର

୨୦୦୮ରେ ନେପାଳରେ ରାଜତନ୍ତ୍ର ହଟାଇ ଗଣତନ୍ତ୍ର ଶାସନ ଲାଗୁ ହୋଇଥିଲା । ତେବେ ଏହାପରଠୁ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଗତ ୧୬ବର୍ଷ ମଧ୍ୟରେ ସେଠାରେ ୧୩ଥର ସରକାର ବଦଳିଛନ୍ତି । ଆନ୍ଦୋଳନ ପାଇଁ ପର୍ଯ୍ୟଟନ ଶିଳ୍ପକୁ ଆଘାତ ଲାଗିଛି । ଫଳରେ ଦେଶରେ ଅର୍ଥବ୍ୟବସ୍ଥା ଠପ୍ ହୋଇଯାଇଛି । ହିଂସାରେ ୧୬ହଜାର ଲୋକଙ୍କ ଜୀବନ ଯାଇଛି । ୨୦୨୨ ଜନଗଣନା ଅନୁସାରେ ନେପାଳର ଜନସଂଖ୍ୟା ପ୍ରାୟ ସାଢେ ୩କୋଟି । ଜନସଂଖ୍ୟାର ୮୧ପ୍ରତିଶତରୁ ଅଧିକ ହିନ୍ଦୁ ରହିଛନ୍ତି ।

ନେପାଳରେ ପୁଣି ରାଜା ଶାସନ ଫେରାଇ ଆଣିବାକୁ ଦାବି ହେଉଛି । ତେବେ ସଂସଦୀୟ ସମର୍ଥନ ବିନା ଏହା ସମ୍ଭବ ହେବନି । ବର୍ତ୍ତମାନର ସରକାରଙ୍କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ସେଥିପାଇଁ ସେମାନେ ବିକଳ୍ପ ଚିନ୍ତା କରୁଛନ୍ତି । ତେବେ ଏଥିରେ ପୁଣି ଦେଶକୁ ରାଜତନ୍ତ୍ର ଫେରିବାର ସମ୍ଭାବନା କମ୍ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି । ଏନେଇ ଜ୍ଞାନେନ୍ଦ୍ର ଶାହା ଏନେଇ କୌଣସି ସିଧାସଳଖ ଟିପ୍ପଣୀ ଦେଇନାହାନ୍ତି ।

Post Views: 54
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In