• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କଂଗ୍ରେସ ସାଂସଦଙ୍କ ସିଟ୍‌ରୁ ମିଳିଲା ଟଙ୍କା ବିଡ଼ା

by Voice of Victims
December 6, 2024
in ଦେଶ ବିଦେଶ, ମୁଖ୍ୟ ଖବର
କଂଗ୍ରେସ ସାଂସଦଙ୍କ ସିଟ୍‌ରୁ ମିଳିଲା ଟଙ୍କା ବିଡ଼ା

ନୂଆଦିଲ୍ଲୀ:  କଂଗ୍ରେସ ସଦସ୍ୟ ଅଭିଷେକ ମନୁ ସିଂହଭିଙ୍କ ପାଇଁ ଆବଣ୍ଟିତ ରାଜ୍ୟସଭା ଆସନରୁ ଟଙ୍କା ବିଡ଼ା ବାହାରିଲା ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର। ରାଜ୍ୟସଭା ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ସିଟ୍‌ ସବୁ ଯାଞ୍ଚ କରୁଥିବାବେଳେ ଅଭିଷେକ ମନୁ ସିଂହଭିଙ୍କ ଆସନରୁ ଟଙ୍କା ବିଡ଼ା ପାଇଥିଲେ। ଏହି ଘଟଣା ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଧନକର ରାଜ୍ୟସଭାରେ ଘୋଷଣା କରିଛନ୍ତି। ଧନକରଙ୍କ ଘୋଷଣାକୁ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପୂର୍ବରୁ ଅଧ୍ୟକ୍ଷ କାହାର ନାମ ନେବା ନୁହେଁ ବୋଲି କଂଗ୍ରେସ ସଭାପତି ତଥା ରାଜ୍ୟସଭା ସଦସ୍ୟ ମଲ୍ଲିକାର୍ଜ୍ଜୁନ ଖଡ଼ଗେ କହିଛନ୍ତି। ନିଜେ ସାଂସଦ ସିଂହଭି ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେ ୫୦୦ ଟଙ୍କିଆ ନୋଟ୍‌ଟିଏ ନେଇ ରାଜ୍ୟସଭାକୁ ଆସିଥାନ୍ତି। ଏଭଳି ଅଭିଯୋଗ ପ୍ରଥମ ଥର ସେ ଶୁଣୁଛନ୍ତି। ସେ କହିଛନ୍ତି ଯେ ସେ ଗତକାଲି ମଧ୍ୟାହ୍ନ ୧୨.୫୭ ଘଣ୍ଟାରେ ରାଜ୍ୟସଭା ଗୃହରେ ପ୍ରବେଶ କରିଥିଲେ। ସଦନର କାର୍ୟ୍ୟ ଦିନ ୧ ଘଣ୍ଟା ସମୟରେ ବନ୍ଦ ରହିଲା। ତା’ପରେ ସେ ଯାଇଁ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ଅଯୋଧ୍ୟା ପ୍ରସାଦଙ୍କ ସହ ୧.୩୦ ଘଣ୍ଟା ଯାଏଁ ରହି ସଂସଦ ଭବନ ଛାଡ଼ିଥିଲେ ବୋଲି ସିଂହଭି କହିଛନ୍ତି। ଏ ନେଇ ସେ ତାଙ୍କର ଏକ୍ସ (ପୂର୍ବର ଟୁଇଟର) ଏକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଓ ତାଙ୍କର ପୂରା କଥା ଉଦ୍ଧୃତ କରି ରିପୋର୍ଟ ଲେଖିବାକୁ ସାମ୍ବାଦିକମାନଙ୍କୁ ଅନୁରୋଧ କରିଛନ୍ତି।

Post Views: 216
Share216Tweet135Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In