• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏଥର ଆଗୁଆ ଆସିବ ମୌସୁମୀ, ମେ’ ୧୩ ତାରିଖରେ ଦକ୍ଷିଣ ଆଣ୍ଡାମାନ ଛୁଇଁବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

by Voice of Victims
May 6, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଏଥର ଆଗୁଆ ଆସିବ ମୌସୁମୀ, ମେ’ ୧୩ ତାରିଖରେ ଦକ୍ଷିଣ ଆଣ୍ଡାମାନ ଛୁଇଁବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ: ସୁହାଉଛି ପାଗ, ଏଥର ଆଗୁଆ ଆସିବ ମୌସୁମୀ । ୧୩ ମେ’ ରେ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ । ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ  ମେ ୧୩ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହେବାକୁ ପାଗ୍ ସାଥ ଦେଉଛି । ପ୍ରତିବର୍ଷ  ମେ ୧୮ ରୁ ୧୯  ମଧ୍ୟରେ ପ୍ରାୟତଃ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ଏହା ପରେ ଆଗକୁ ବଢ଼ି କେରଳ ନିକଟରେ ଜୁନ୍ ପ୍ରଥମ ସପ୍ତାହରେ ପହଞ୍ଚିଥାଏ । କେରଳ ଛୁଇଁବାର  ୧୦ ରୁ ୧୨ ଦିନ ମଧ୍ୟରେ ଓଡିଶାକୁ ଅଗ୍ରସର ହୋଇଥାଏ ମୌସୁମୀ । କିନ୍ତୁ ଚଳିତବର୍ଷ ଏହି ପ୍ରକ୍ରିୟା ସହଳ ହେବ। ଏପରିକି ସ୍ବାଭାବିକ ଠାରୁ ଅଧିକ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। 

କାଳବୈଶାଖୀ ପାଇଁ ଗତ କିଛି ଦିନ ହେବ ରାଜ୍ୟରେ ତାତି କମିଛି। କିନ୍ତୁ ଏହି ପାଗ ବେଶି ଦିନ ରହିବନି। ରାଜ୍ୟକୁ ପୁଣି ଫେରିବ ତାତି, ୮ରୁ ବଢିବ ଗ୍ରୀଷ୍ମପ୍ରବାହ । ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ପଶ୍ଚିମ ଓଡିଶାରେ ତାଉ ଦେଖାଇବ ତାତି । ଉପକୂଳ ଓଡିଶାରେ ଗରମ ସହ ଭୀଷଣ ଗୁଳୁଗୁଳି ହେବ । ହିଟ ୱେଭ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଅଚାନକ କାଳବୈଶାଖୀରେ ପ୍ରବଳ ପବନ ଓ କୁଆପଥର ବର୍ଷା ନାକେଦମ କରି ବ।  ତେଣୁ ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ,ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

Post Views: 61
Share200Tweet125Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In