କଟକ, ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶରେ ଯୋଗାଭ୍ୟାସ ସମ୍ବନ୍ଧୀୟ ଏକ ପ୍ରେରଣାଦାୟୀ କର୍ମଶାଳା ବିଦ୍ୟାଳୟର ୧୯୮୬ ମସିହା ବ୍ୟାଚ ଦ୍ଵାରା ଆୟୋଜିତ ହୋଇଯାଇଛି। କର୍ମଶାଳାକୁ ଉଦଘାଟନ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଶତପଥୀ ବ୍ୟକ୍ତିତ୍ବ ବିକାଶରେ ଯୋଗାଭ୍ୟାସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କର୍ମଶାଳାରେ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ଯୋଗ, କ୍ରୀଡା ଓ ଶାରିରୀକ ଶିକ୍ଷାର ସମନ୍ୱୟ ବିଷୟରେ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପାର୍ଥ ପ୍ରତୀମ, କୈଳାଶ ଚନ୍ଦ୍ର ଶତପଥୀ, ଅନିନ୍ଦ୍ୟ ସାମଲ, ପ୍ରୀତମ ଧଳ, ସୁକାନ୍ତ ଶତପଥୀ ଓ ମାନସୀ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ହେବା ସହ ବିଭିନ୍ନ ଆସନ, ପ୍ରାଣାୟମ, ଧ୍ୟାନ ଓ ସୂର୍ଯ୍ୟ ନମସ୍କାର ଆଦି ଅଭ୍ୟାସ କରିଥିଲେ। ପାର୍ଥ ପ୍ରତୀମ ଧନ୍ୟବାଦ ପ୍ରଦାନ କରିଥିଲେ।
