• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ?

by Voice of Victims
November 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଆଜି, କିଏ ସେହି ବର, କଣ କରନ୍ତି ତାଙ୍କ ଜ୍ବାଇଁ?

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତଥା ବରିଷ୍ଠ ଆଇଏଏସ ଅଫିସର ସନ୍ତୋଷ ଷଡଙ୍ଗୀଙ୍କ ଝିଅ ଅର୍ଚ୍ଚିତାଙ୍କ ବାହାଘର। ଆଜି ଦିଲ୍ଲୀ ଅଶୋକାରୋଡରେ ଏହି ବର୍ଣ୍ଣାଢ୍ୟ ବାହାଘର ପାଇଁ ବଡ ଆୟୋଜନ ଚାଲିଛି। ଦୁଇଦିନ ପୂର୍ବରୁ ଅପରାଜିତାଙ୍କ ବନ୍ଧୁବାନ୍ଧବ ସହିତ କେତେକ ବିଶେଷ ଅତିଥି ସେଠାରେ ଡେରା ପକାଇଛନ୍ତି। ସେମାନଙ୍କ ଉପସ୍ଥିତିରେ ଦିଲ୍ଲୀରେ ଅର୍ଚ୍ଚିତାଙ୍କ ହଳଦୀ ମେହେନ୍ଦୀ ଉତ୍ସବ ଆୟୋଜନ ହୋଇଯାଇଛି।

ଦିଲ୍ଲୀରେ ଆୟୋଜିତ ହଳଦୀ ଉତ୍ସବରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଜେପି ନେତା ବିଶ୍ବରଞ୍ଜନ ବଡଜେନା, ଉମେଶ ଖଣ୍ଡେୱାଲ ପ୍ରମୁଖ ବହୁ ନେତା ଯୋଗ ଦେଇଛନ୍ତି। ତେବେ ଆଜିର ବାହାଘର ଉତ୍ସବରେ ଦେଶର ପ୍ରମୁଖ ଭିଭିଆଇପିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗୃହମନ୍ତ୍ରୀ ଅମିତ ଶାହା, ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ବହୁ କେନ୍ଦ୍ରୀୟ ମନ୍ତ୍ରୀ ଯୋଗଦେବେ। ସେହିପରି ବହୁ ବରିଷ୍ଠ ଆଇଏଏସ ଅଧିକାରୀ ମଧ୍ୟ ଏହି ବାହାଘରରେ ଅତିଥୀ ହେବେ। ତେବେ ପ୍ରଧାନମନ୍ତ୍ରୀ ଦେଶ ବାହାରେ ଥିବାରୁ ସେ ଏଥିରେ ଯୋଗ ଦେଉପାରୁ ନାହାଁନ୍ତି।

ତେବେ ଅପରାଜିତାଙ୍କ ଝିଅ ଅର୍ଚ୍ଚିତା କାହାକୁ ବାହା ହେଉଛନ୍ତି ଏବଂ ନିଜେ ଅର୍ଚ୍ଚିତା କଣ କରୁଛନ୍ତି ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଅର୍ଚ୍ଚିତା ଷଡଙ୍ଗୀ ବର୍ତ୍ତମାନ ଲଣ୍ଡନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଏମବିଏ କରୁଛନ୍ତି। ଆଉ ତାଙ୍କ ଭାବି ସ୍ବାମୀ ବା ଅପରାଜିତାଙ୍କ ଜ୍ବାଇଁ ହେଉଛନ୍ତି ଆନ୍ଧ୍ର କ୍ୟାଡରର ୨୦୨୪ ବ୍ୟାଚର ଆଇଏଏସ ଅଫିସର। ତାଙ୍କ ନାମ ହେଉଛି ସଚୀନ ରାହା। ତାଙ୍କ ଘର ରାଜସ୍ଥାନ ଝୁନଝୁନ ଜିଲ୍ଲାରେ ଅବସ୍ଥିତ।ଏହି ବାହାଘର ନେଇ ଦିଲ୍ଲୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ବେଶ ଚର୍ଚ୍ଚା ଚାଲିଛି। ଡିସେମ୍ବର ୧୪ ତାରିଖରେ ଅପରାଜିତା ଭୁବନେଶ୍ବର ବରମୁଣ୍ଡା ପଡିଆରେ ରିସେପ୍ସନ ଭୋଜି ଦେବାର ଯୋଜନା କରିଛନ୍ତି।

Post Views: 44
Share200Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In