କଟକ, କଟକ ଜିଲ୍ଲା ପ୍ରଶାସନ ସହଯୋଗରେ ଚାଲିଥିବା ସାଂସଦ ଖେଳ ମହୋତ୍ସବର ଉଦଯାପନ ଦିବସରେ ସତ୍ୟବ୍ରତ ଷ୍ଟାଡିୟମ ଠାରେ ପତଞଳି ଯୋଗପୀଠ ପକ୍ଷରୁ ଯୋଗ ଅଭ୍ୟାସ କରାଯାଇଥିଲା। ପତଞଳି ଯୋଗପୀଠ ପକ୍ଷରୁ ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମା, ଶିଶିର ଜେନା, କିଶୋର ସାଗର ଓ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ନେତୃତ୍ବରେ ସୂର୍ଯ୍ୟ ନମସ୍କାର, ବିଭିନ୍ନ ଆସନ, ପ୍ରାଣାୟମ ଓ ଧ୍ୟାନ ଅଭ୍ୟାସ କରାଯାଇଥିଲା।
ଏହି ଯୋଗ ଅଭ୍ୟାସ କାର୍ଯ୍ୟକ୍ରମରେ କଟକର ସାଂସଦ ମାନ୍ୟବର ଭର୍ତ୍ତୃହରି ମହତାବ, ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସବିତା ପରିଡ଼ା, ସି ଏଚ୍ ବସନ୍ତା, ପ୍ରସନ୍ନ ଭୂୟାଁ, ତ୍ରିନାଥ ଦାସ, ନିମାଇଁ ଜେନା, ରାମଚନ୍ଦ୍ର ସାହୁ, କୁରେଶ ପାତ୍ର ଓ ଚିରଞ୍ଜିବୀ ଖଣ୍ଡାୟତ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
