• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସ୍ନାନବେଦୀରେ ମଣିମା, ଅପରାହ୍ନ ସାଢେ ୪ରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

by Voice of Victims
June 11, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ସ୍ନାନବେଦୀରେ ମଣିମା, ଅପରାହ୍ନ ସାଢେ ୪ରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନ ବେଦୀରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରି ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ପ୍ରାତଃ ୪ଟା ୩୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ନୀତିକାନ୍ତି । ପୁଣି ହାତୀ ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏଥିପାଇଁ ସ୍ନାନବେଦୀ ପ୍ରସ୍ତୁତ ଥିବାବେଳେ ସେହି ଦିବ୍ୟ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଉ ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ ।

ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ ପହଣ୍ଡି ଲାଗି ନୀତି ନିର୍ଘଣ୍ଟ ହୋଇଥିଲା ।  ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ସ୍ନାନବେଦୀକୁ ଆସିବେ ଜଗତରନାଥ ଶ୍ରୀଜଗନ୍ନାଥ ।  ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ଦାରୁବିଗ୍ରହମାନେ ସ୍ନାନବେଦୀରେ କରିବେ ପ୍ରତ୍ୟକ୍ଷ ସ୍ନାନ ।  ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନାକୂଅରୁ ୧୦୮ ଗଡ଼ୁ ଜଳ ଆଣି ଜଳ ଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ ।  ଅଧିବାସ ଗୃହରୁ ଗରାବଡୁ ସେବକମାନେ ୧୦୮ ଗଡ଼ୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦୀରେ ରଖିବେ । ମଧ୍ୟାହ୍ନ ୧୨ଟା ୨୦ରୁ ସ୍ନାନବିଧି ଆରମ୍ଭ କରାଯିବ। ଜଳ ବିଜେ ଓ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନ ନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡ଼ୁ, ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିବେ ।

ଏହାପରେ ସକାଳ ୯ଟାରେ ମଙ୍ଗଳ ଆଳତୀ, ୯ଟା ୧୫ରେ ମଇଲମ, ୯ଟା ୨୫ରେ ତଡପଲାଗି, ୯ଟା ୪୫ରେ ଅଧରପୋଛା, ୧୦ଟା ୨୦ରେ ରୋଷହୋମ, ୧୦ଟା ୩୦ରେ ସୂର୍ଯ୍ୟପୂଜା, ୧୦ଟା ୫୫ରେ ଦ୍ବାରପାଳ ପୂଜା, ୧୧ଟା ୧୦ରେ ବେଶ ଶେଷ କରାଯାଇ ଦିବା ୧୨ଟା ୨୦ରୁ ଗୋଟାଏ ୪୫ ରେ ଜଳବିଜେ କରାଯିବ । ୨ଟା ୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ହୋଇ ୩ଟା ୩୦ରେ ହେବ ଛେରା ପହଁରା । ୪ଟା ୩୦ରେ ହାତୀ ବେଶ ଅନୁଷ୍ଠିତ ହେବ ।  ସେହିପରି ୪ଟା ୩୦ରେ ମହନ୍ତ ଶାଢିବନ୍ଧା, ୫ଟା ୪୫ରୁ ୭ଟା ୨୦ରେ ଘଣ୍ଟଛତା ସକାଳ ଧୂପ, ସଂଧ୍ଯା ୬ଟା ୩୦ରେ ଦକ୍ଷିଣିଘର ଭୋଗ, ୭ଟା ୩୦ରୁ ୧୦ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ ହେବ ।  ରାତି ୧୧ଟାରେ ହାତୀବେଶ ମଇଲମ, ୧୧ଟା ୧୦ରେ ପୁଷ୍ମାଞ୍ଜଳି ଓ ଡୋରଲାଗି ହୋଇ ୧୧ଟା ୩୦ରୁ ଦୁଇଟା ମଧ୍ଯରେ ହେବ ବାହୁଡ଼ା ପହଣ୍ଡି ।

Post Views: 121
Share197Tweet123Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In