କଟକ (ଭିଓଭି): କଟକ ମଧୁପାଟଣା ଛକ ନିକଟରେ ‘ମୋ ବସ’ ଟିଏ ଜଳି ଯାଉଛି। ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ମଧୁପାଟଣା ଛକ ନିକଟରେ ‘ମୋ ବସ’ଟି ଜଳିଯାଇଥିବା ସୂଚନା ମିଳିଛି। ‘ମୋ ବସ’ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସଦ୍ୟ ପ୍ରାପ୍ତ ଖବର ଅନୁସାରେ ଅଗ୍ନିଶ୍ରମ ବିଭାଗ ତୁରନ୍ତ ପହଞ୍ଚି ନିଆଁ ଲିଭାଇ ସାରିଛନ୍ତି। ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ ଜଣେ ବି ଯାତ୍ରୀ ମୃତାହତ ହୋଇନଥିବା ଜଣାପଡିଛି।
