• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୋ ସରକାର ସମର୍ପିତ: ରାଜ୍ୟପାଳ

by Voice of Victims
February 13, 2025
in ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୋ ସରକାର ସମର୍ପିତ: ରାଜ୍ୟପାଳ

ଭୁବନେଶ୍ୱର: ମୋ ସରକାର ପ୍ରଗତି ଓ ସମୃଦ୍ଧି ଦିଗରେ ଆମର ଯାତ୍ରାରେ କାହାକୁ ପଛରେ ନପକାଇ, ଓଡ଼ିଶାର ସାମଗ୍ରିକ ବିକାଶ ଓ ଏହାର ସମସ୍ତ ବର୍ଗର ଲୋକଙ୍କ ସଶକ୍ତରକରଣ ପାଇଁ ଦୃଢ଼ଭାବେ ସମର୍ପିତ ହେବେ । ବିଧାନସଭାରେ ଅଭିଭାଷଣ ରଖି ଗୁରୁବାର ଏହା କହିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ।  ବିଧାନସଭାର ବଜେଟ ଅଧିବେଶନ ଗୁରୁବାର ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଏହା ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତିତ ଯେ ଅତୁଳନୀୟ ସୌନ୍ଦର୍ଯ୍ୟ ଓ ଚିରନ୍ତନ ପରମ୍ପରାର ମନୋରମ ଦୃଶ୍ୟରାଜି ଭରା ଓଡ଼ିଶାରେ ପ୍ରତ୍ୟେକ ସୂର୍ଯ୍ୟୋମୟ ସୌହାର୍ଦ୍ଧ୍ୟ ଓ ଆଶାର ପ୍ରତିଶ୍ରୁତି ବହନ କରିଥାଏ ।  ଓଡ଼ିଶା ହେଉଛି ପ୍ରକୃତି, ଇତିହାସ ଓ ଜନସାଧାରଣଙ୍କ ଦୃପ୍ତ ଭାବନାର ପ୍ରବାହମାନ ଧାରା । ହୃଦୟରେ ଆଶା ଓ ଭବିଷ୍ୟତ ପାଇଁ ଦୃଷ୍ଟିଭଙ୍ଗୀ ରଖି ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ନିରନ୍ତରତା ପରିବର୍ତ୍ତେ ପରିବର୍ତ୍ତେ ପରିବର୍ତ୍ତନକୁ ବାଛିଛନ୍ତି । ଅସମ୍ଭବ ଲାଗୁଥିବା ପରିବର୍ତ୍ତନକୁ ଅପେକ୍ଷା କରି କ୍ଲାନ୍ତ ହୋଇପଡ଼ିଥିବା ଜନସାଧରଣ, ମୋ ସରକାରଙ୍କ ପ୍ରତିଶ୍ରୁତିକୁ ଗୃହଣ କଲେ, ଯିଏ ସେମାନଙ୍କ କଥା ଶୁଣିବ, ବୁଝିବ ଓ କାର୍ଯ୍ୟ କରିବ । ସେମାନଙ୍କ ମତଦାନ କେବଳ ଏକ ରାଜନୈତିକ ନିଷ୍ପତ୍ତି ନଥିଲା ବରଂ ଏହା ଏକ ଆସ୍ଥାର ପରିପ୍ରକାଶ ଥିଲା । ଏକ ଉଜ୍ଜ୍ୱଳ ଦିଗନ୍ତକୁ ଆଖିରେ ରଖି, ପରିବର୍ତ୍ତନର ଆଶା ଓ ଭରସା ନେଇ ସେମାନେ ମୋ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ ଯିଏ କି ଗରିବଙ୍କ ଆଶା, ଯୁବକମାନଙ୍କ ଆକାଂକ୍ଷା, କୃଷକଙ୍କ ସ୍ୱପ୍ନ ଏବଂ ମହିଳାମାନଙ୍କର ଲକ୍ଷ୍ୟକୁ ସାକାର କରି ଏକ ଅତୁଳନୀୟ ସମୃଦ୍ଧିର ନୂତନ ଯୁଗ ଆରମ୍ଭ କରିବ ।  ଦାୟିତ୍ୱ ଗ୍ରହଣ କରିବାର ମାତ୍ର ୮ ମାସ ବିତିଛି ଏବଂ ଏହି ସ୍ୱଳ୍ପ ସମୟ ମଧ୍ୟରେ ମୋ ସରକାର ବିଭିନ୍ନ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଅନେକ ଯୋଜନା ପ୍ରଣୟନ କରିଛନ୍ତି ଏବଂ ରାଜ୍ୟ ତଥା ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି । ରାଜ୍ୟର ପ୍ରାୟ ୧ କୋଟି ମହିଳାଙ୍କ ହିତସାଧନ ପାଇଁ ମୋ ସରକାର  ନିଜର ପ୍ରମୁଖ ଯୋଜନା ‘ସୁଭଦ୍ରା’ କାର୍ଯ୍ୟକାରୀ କରିଥିଲେ, ଧାନ ପାଇଁ ଏମଏସପି ଉପରେ କ୍ୱିଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରିବା ପାଇଁ ‘ସମୃଦ୍ଧ କୃଷକ ଯୋଜନା’ ଆରମ୍ଭ କରିଥିଲେ, ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିଥିଲେ ଏବଂ ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ୨୦୨୪ ନଭେମ୍ବରରେ ଆରକ୍ଷୀ ମହାନିର୍ଦ୍ଦେଶକ ଓ ମହାନୀରିକ୍ଷକ ସମ୍ମିଳନୀ ଆୟେଜନ ଏବଂ ୨୦୨୫ ଜାନୁଆରୀ ମାସରେ ସିଙ୍ଗାପୁର ଜନରାଜ୍ୟର ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ, ୧୮ତମ ପ୍ରବାସୀ ଭାରତୀୟ ଦିବସ, ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜନ ପାଇଁ ମୋ ସରକାରଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ।

Post Views: 38
Share197Tweet123Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In