• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏନ.ଏ.ସି. ଦାବିରେ ବ୍ରହ୍ମଗିରି ତହସିଲ ଅଫିସ୍ ଘେରାଉ

by Voice of Victims
March 14, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏନ.ଏ.ସି. ଦାବିରେ ବ୍ରହ୍ମଗିରି ତହସିଲ ଅଫିସ୍ ଘେରାଉ

ବ୍ରହ୍ମଗିରି(ଭିଓଭି): ଯୋଗାଯୋଗ, ଜନସଂଖ୍ୟା ଏବଂ ଭୌଗଳିକ ଅବସ୍ଥିତି ସମେତ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ପାଇଁ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ସତ୍ୱେ ବ୍ରହ୍ମଗିରିକୁ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା କରା ନଯିବା ଘଟଣାରେ କ୍ଷୋଭ ପ୍ରକାଶ କରି ବ୍ରହ୍ମଗିରି ସୁରକ୍ଷା ସମିତି ଆହ୍ୱାନରେ ଆଜି ଶହ ଶହ ବୁଦ୍ଧିଯିବି, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଏକାଠି ହୋଇ ବ୍ରହ୍ମଗିରିକୁ ଏନ୍‌.ଏ.ସି. ଘୋଷଣା ଦାବୀ ରେ ବ୍ରହ୍ମଗିରି ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ।
୫ଟି ଚେୟାରମ୍ୟାନ୍ କାର୍ତିକ ପାଣ୍ଡିଆନ୍‌ଙ୍କ ବିଭିନ୍ନ ଅଂଚଳ ଗ୍ରସ୍ତ ସମୟରେ ଲୋକମାନଙ୍କ ଦାବୀ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୩୫ ଟି ନୂଆ ଏନ.ଏ.ସି. ଏବଂ ୫ଟି ନୂଆ ମ୍ୟୁନିସିପାଲିଟି ର ଘୋଷଣା କରିଥିଲେ ଏବଂ ଚଳିତ ମାସ ୧୩ ତାରିଖରେ ୨ୟ ପର୍ଯ୍ୟାୟରେ ଗଞାମ ଜିଲ୍ଲା ଭଞନଗର ଏନ.ଏ.ସି. କୁ ମ୍ୟୁନିସିପାଲିଟି ଘୋଷଣା ସହିତ ଆଉ ୨୨ଟି ସହରକୁ ନୂଆ ଏନ୍‌.ଏ.ସି. ରୂପେ ଘୋଷଣା କରିଛନ୍ତି । ଓଡ଼ିଶାର ଏକ ସ୍ୱତନ୍ତ୍ର ସ୍ଥାନ ହେଉଛି ବ୍ରହ୍ମଗିରି । ଗମନା ଗମନ, ଭୌଗଳିକ ଅବସ୍ଥିତି ଏବଂ ଜନସଂଖ୍ୟା ଆଦି ସମେତ ଗୋଟିଏ ଏନ.ଏ.ସି.(ବିଜ୍ଞାପିତ ଅଂଚଳ ପରିଷଦ) ଘୋଷଣା ପାଇଁ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ସରକାର ଅଣଦେଖା କରି ଏନ.ଏ.ସି. ମାନ୍ୟତା ଦେବାରୁ ବଂଚିତ କରିଛନ୍ତି । ଏହାଦ୍ୱାରା ସରକାର ବ୍ରହ୍ମଗିରି ବାସୀଙ୍କ ପ୍ରତି ପକ୍ଷପାତତା କରିଛନ୍ତି । ବ୍ରହ୍ମଗିରି ର ବିକାଶକୁ ଜାଣିଶୁଣି ଠପ୍ କରି ଦିଆଯାଇଛି । ବ୍ରହ୍ମଗିରି ର ଜନସାଧାରଣଙ୍କୁ ଧୋକା ଦିଆଯାଇଛି । ଏପରି କିଛି ଅଭିଯୋଗ ଆଣି ବ୍ରହ୍ମଗିରି ବାସୀ ବ୍ରହ୍ମଗିରି ତହସିଲ ଅଫିସ୍ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ବ୍ରହ୍ମଗିରି କୁ ଏନ.ଏ.ସି. ଘୋଷଣା ଦାବି କରି ଏକ ଦାବିପତ୍ର ବ୍ରହ୍ମଗିରି ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇ ଅଛି । ଚବିଶ ଘଂଟା ମଧ୍ୟରେ ସରକାର ନିଷ୍ଟତି ଗ୍ରହଣ କରି ନିର୍ବାଚନ ଆରଚଣବିଧି ଲାଗୁ ପୂର୍ବରୁ ବ୍ରହ୍ମଗିରି କୁ ଏନ.ଏ.ସି. ର ମାନ୍ୟତା ପ୍ରଦାନ କରନ୍ତୁ । ଯଦି ବ୍ରହ୍ମଗିରି ବାସୀଙ୍କ ଏହି ଦାବୀ ପୂରଣ ନହୁଏ ତେବେ ଆଗାମୀ ଦିନରେ ବ୍ରହ୍ମଗିରି ବନ୍ଦ ଡାକରା ଦିଆଯାଇ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବ୍ରହ୍ମଗିରି ସୁରକ୍ଷା ସମିତି ଆବାହକ ରମାଶଙ୍କର ପାତ୍ର ଗଣମାଧ୍ୟମକୁ କହିଛନ୍ତି । ନେତା ବିହାରୀ ବନ୍ଧୁ ପଲାଇ, ସମାଜସେବୀ ଯୁଧିଷ୍ଠିର ବାରିକ, ସାମ୍ବାଦିକ ରୂପକ ସ୍ୱାଇଁ, ବରିଷ୍ଠ ଆଇନଜୀବୀ ବିଶ୍ୱମ୍ବର ସାମନ୍ତରାୟ, ପ୍ରଦୀପ୍ତ କୁମାର ପଲାଇ, ଶମଲେନ୍ଦୁ ପଲାଇ, ଅନ୍ତର୍ଯ୍ୟାମୀ ପରିଡ଼ା, ଅଶ୍ୱନି ପରିଡ଼ା, ସୁଦର୍ଶନ ପଲାଇ, ସତ୍ୟବାନ ବେହେରା ପ୍ରମୁଖ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ ।

Post Views: 43
Share203Tweet127Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In