• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନବ ଦାସ ହତ୍ୟା ଘଟଣାର ହେବ ସାନି ତଦନ୍ତ; ବିଧାନସଭାରେ ଆଇନ ମନ୍ତ୍ରୀଙ୍କ ସୂଚନା

by Voice of Victims
March 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ନବ ଦାସ ହତ୍ୟା ଘଟଣାର ହେବ ସାନି ତଦନ୍ତ; ବିଧାନସଭାରେ ଆଇନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ପୁଣି ଥରେ ହେବ ତଦନ୍ତ ଏ ନେଇ ଗୃହରେ ସୂଚନା ଦେଲେ ଆଇନ ମନ୍ତ୍ରୀ  । କହିଲେ,ନବ ଦାସ ହତ୍ୟାକାଣ୍ଡରେ ପରିବାର ଲୋକଙ୍କୁ ନ୍ୟାୟ ଦେଇ ପାରିନଥିଲେ ପୂର୍ବ ସରକାର । ତଦନ୍ତରେ ପରିବାର ଲୋକ ସନ୍ତୁଷ୍ଟ ନଥିଲେ । ତଦନ୍ତ ବାଟବଣା କରିଥିଲେ ପୂର୍ବ ସରକାର । ତଦନ୍ତର ଅନେକ ଦିଗ ବନ୍ଦ ଥିଲା,ଯେଉଁଠି ଯେଉଁଠି ଲିଙ୍କ ଅଛି ତାହା ଖୋଲିବ । କ୍ରାଇମବ୍ରାଞ୍ଚର ଦୁଇ ଅଧିକାରୀ ତାଙ୍କ ଘରକୁ ଯାଇଛନ୍ତି ତେଣୁ ଏହିପରି ଆଗକୁ ଆଗକୁ ତଦନ୍ତ ଚାଲିବ । ନିରପେକ୍ଷ ଓ କ୍ରିୟାଶୀଳତା ଭାବେ ତଦନ୍ତ ହେବ । ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ରାସ୍ତା ଉପରେ ହତ୍ୟା ପଛରେ ଅଛି କିଏ କିଏ ଲିଙ୍କରେ ଅଛନ୍ତି, ତା’ର ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଉପରେ ଆମର ବିଶ୍ୱାସ ଅଛି ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । 

ସେପଟେ ହତ୍ୟାକାଣ୍ଡର ତଦନ୍ତ ନେଇ ନବ ଦାସଙ୍କ ଘରେ ପହଞ୍ଚିଛି ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ନୂଆ ତଦନ୍ତ ଅଧିକାରୀଙ୍କ ସହ ଜଣେ ମହିଳା ଅଧିକାରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡକୁ ନେଇ ପତ୍ନୀ ମିନତି ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ ପାଇଁ ଏହି ଟିମ୍ ନବ ଦାସଙ୍କ ଘରେ ପହଞ୍ଚିଛି । ତେବେ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଲିଖିତ ଆବେଦନ କରିବାକୁ ଚାହୁଁଛନ୍ତି ନବ ଦାସଙ୍କ ପରିବାର । ଏଥିପାଇଁ ଇମେଲ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆବେଦନ କରିଛନ୍ତି । ନବ ଦାସଙ୍କ ପତ୍ନୀ ମୀନତି ଦାସ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଛନ୍ତି । ଏପଟେ କ୍ରାଇମବ୍ରାଞ୍ଚ ପୁଣିଥରେ ଘଟଣାର ତଦନ୍ତ ଆରମ୍ଭ କରିଛି । 

Post Views: 73
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In