• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

by Voice of Victims
April 2, 2026
in ଦେଶ ବିଦେଶ, ମୁଖ୍ୟ ଖବର
ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

ନୂଆଦିଲ୍ଲୀ : ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ । ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ! । ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ନାସାର ଶକ୍ତିଶାଳୀ SLS ରକେଟ୍ କେନେଡି ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ ହୋଇଛି। ଏହି ରକେଟ୍ ଚାରିଜଣ ମହାକାଶଚାରୀଙ୍କୁ ଧରି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ​ ଆମେରିକା ସମୟ ସନ୍ଧ୍ୟା ୬ଟା ୩୫ ତଥା ଭାରତୀୟ ସମୟ ଭୋର ୪ଟା ୫ରେ ‘ଆର୍ଟେମିସ୍-୨’କୁ ଉତକ୍ଷେପଣ କରାଯାଇଥିଲା । ୧୯୭୨ ମସିହାର ‘ଆପୋଲୋ ୧୭’ ମିଶନ ପରେ ଏହା ପ୍ରଥମ ମାନବବାହୀ ଚନ୍ଦ୍ର ମିଶନ । ଏହି ମିଶନର ନେତୃତ୍ୱ ନେଉଛନ୍ତି କମାଣ୍ଡର ରିଡ୍ ୱାଇଜମ୍ୟାନ୍। ତାଙ୍କ ସହ ପାଇଲଟ୍ ଭାବେ ପ୍ରଥମ କୃଷ୍ଣକାୟ ମହାକାଶଚାରୀ ଭିକ୍ଟର ଗ୍ଲୋଭର , କ୍ରିଷ୍ଟିନା କୋଚ୍ ଏବଂ କାନାଡାର ଜେରେମି ହାନସେନ୍ ରହିଛନ୍ତି। ‘ଆର୍ଟେମିସ୍-୨’ ଏକ ପରୀକ୍ଷାମୂଳକ ମିଶନ। ଏଥିରେ

ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲି ପୃଥିବୀକୁ ଫେରିବେ । ପ୍ରାୟ ୧୦ ଦିନର ଏହି ଯାତ୍ରାରେ ସେମାନେ ମହାକାଶ ଯାନର ଅମ୍ଳଜାନ, ଯୋଗାଯୋଗ ଏବଂ ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିବେ । ଏହି ସଫଳତା ପରେ ନାସା ‘ଆର୍ଟମସ୍-୩’ ମିଶନରେ ମଣିଷକୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପାଇଁ ଯୋଜନା ରଖିଛି । ​ଆସନ୍ତା ଏପ୍ରିଲ ୧୦ ତାରିଖ ବେଳକୁ ଏହି ମହାକାଶ ଯାନ ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର ସୂଚନା ରହିଛି । ନାସା ମୁଖ୍ୟ ବିଲ୍ ନେଲସନ କହିଛନ୍ତି ଯେ, ଏହି ମିଶନ କେବଳ ଚନ୍ଦ୍ର ନୁହେଁ ବରଂ ଆଗକୁ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଏକ ବଡ଼ ପଦକ୍ଷେପ । ଏହି ‘ଆର୍ଟେମିସ୍-୨’ ମିଶନର ଲକ୍ଷ୍ୟ ହେଉଛି ଚନ୍ଦ୍ରରେ ମଣିଷର ସ୍ଥାୟୀ ଉପସ୍ଥିତି ବଜାୟ ରଖିବା ଏବଂ ‘ଲୁନାର ଗେଟ୍ ୱେ’ ମହାକାଶ କେନ୍ଦ୍ର ସ୍ଥାପନ କରିବା, ଯାହା ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଏକ ପ୍ରଥମ ପାହାଚ ସଦୃଶ ହେବ ।

Post Views: 5
Share196Tweet123Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In