• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜାତୀୟ ସ୍ତରୀୟ ଇଲେକ୍ଟ୍ରୋହୋମିଓପାଥିକ୍ କର୍ମଶାଳା ଅନୁଷ୍ଠିତ

by Voice of Victims
March 26, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଜାତୀୟ ସ୍ତରୀୟ ଇଲେକ୍ଟ୍ରୋହୋମିଓପାଥିକ୍ କର୍ମଶାଳା ଅନୁଷ୍ଠିତ

ପୁରୀ(ଭିଓଭି): ଜିଆରଏଲ-ଇଣ୍ଡିଆ ଇଲେକ୍ଟ୍ରୋହୋମିଓପାଥିକ୍ ରିସର୍ଚ ଆଣ୍ଡ ଡେଭେଲୋପମେଣ୍ଟ ସଂସ୍ଥା, ମୟୁରଭଞ୍ଜ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ, ପୁରୀ ଠାରେ ଏକ ଜାତୀୟ ସ୍ତରୀୟ ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ ଦୁଇ ଶହରୁ ଅଧିକ ଚିକିତ୍ସକ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ପୁରୀ ସଂଜିବନୀ ହସ୍‌ପିଟାଲ୍ ମୁଖ୍ୟ ତଥା ବିଜେପି ପୁରୀ ଜିଲ୍ଲା ସଭାପତି ଡା. ଦେବେନ୍ଦ୍ରନାଥ ତରେଇ ଯୋଗ ଦେଇ ଇଲେକ୍ଟ୍ରୋହୋମିଓପାଥି ଚିକିତ୍ସା ବିଜ୍ଞାନ ଭଳି ଏକ ଦକ୍ଷ ଚିକିତ୍ସା ବିଜ୍ଞାନକୁ ସରକାରୀ ମାନ୍ୟତା ଦେବାକୁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଶିକ୍ଷା ବିଭାଗର ଅବସର ପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ଡା. ସଂଗ୍ରାମ କେଶରୀ ପାଟ୍ଟସାହାଣୀ, ଓଡ଼ିଶା ରାଜ୍ୟ ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସକ ସଂଘ ସଭାପତି ଡା. ସରୋଜ କୁମାର ସାହୁ, ଉପ ସଭାପତି ଡା. ମନୋଜ କୁମାର ମାହାଲା, ଶ୍ରୀଜଗନ୍ନାଥ ଇଲେକ୍ଟ୍ରୋହୋମିଓପାଥିକ୍ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ସତ୍ୟ ନାରାୟାଣ ପାତ୍ର, ଇଲେକ୍ଟ୍ରୋହୋମିଓପାଥିକ୍ ରିସର୍ଚ ଫାଉଣ୍ଡେସନ୍ ଇଣ୍ଡିଆର ଅଧ୍ୟକ୍ଷ ଡା. ସୁଶାନ୍ତ କୁମାର ହୋତା, ପୁରୀ ଜିଲ୍ଲା ଇଲେକ୍ଟ୍ରୋହୋମିଓପାଥିକ୍ ଚିକିତ୍ସକ ସଂଘ ସଭାପତି ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ଡା. ରଶ୍ମି ରଞ୍ଜନ ମହାରଥା ପ୍ରମୁଖ ଯୋଗ ଦେଇ ଜିଆରଏଲ୍‌-ଇଣ୍ଡିଆ କମ୍ପାନୀ ପ୍ରସ୍ତୁତ ଉନ୍ନତ ମାନର ଔଷଧ ଗୁଣବତ୍ତା ସମ୍ପର୍କରେ ଭୂୟସୀ ପ୍ରଶଂସା କରିଥିଲେ।

ଉପସ୍ଥିତ ଅନ୍ୟ ଚିକିତ୍ସକ ମାନେ ଜିଆରଏଲ-ଇଣ୍ଡିଆ ତିଆରି ଔଷଧ ବ୍ୟବହାର କରି କ୍ୟାନ୍ସର ଏବଂ ପାରାଲିସିସ୍ ଇତ୍ୟାଦି ରୋଗ ଭଲ କରିବାର ଅଭିଜ୍ଞତା ଉପସ୍ଥାପନ କରିଥିଲେ। ଇଲେକ୍ଟ୍ରୋହୋମିଓପାଥିକ୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚିକିତ୍ସକ ମାନଙ୍କୁ ସଂସ୍ଥା ତରଫରୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଜିଆର୍‌ଏଲ୍‌-ଇଣ୍ଡିଆ ନିର୍ଦ୍ଦେଶକ ଡା. ସୁନନ୍ଦନ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ, ଡା. ଧ୍ରୁବ ଚରଣ ପାତ୍ର, ଡା. ମାନସ ରଞ୍ଜନ ଜେନା, ଡା. ଗଙ୍ଗାଧର ପରିଡା, ଡା. ପ୍ରଭାତ କୁମାର ସାହୁ, ଡା. ରଞିତା ପଟ୍ଟନାୟକ, ଡା. ଇତିଶ୍ରୀ ଲେଙ୍କା, ଡା. ସ୍ମୃତିଶିଖା ବାରିକ, ଡା. ରଶ୍ମିତା ସତପଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଡା. ମୁକେଶ ମହାପାତ୍ର ଏବଂ ଡା. ରଣଜିତ୍ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିବା ବେଳେ ସେପା, ଓଡ଼ିଶା ର ଯୁଗ୍ମ ସଂପାଦକ ଡା. ଅବନ୍ତି ଦାସ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 292
Share226Tweet141Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In