ରଣପୁର, ୧୦/୧: ରାଜ୍ୟ ପରିବହନ ଓ ନୟାଗଡ଼ ଜିଲ୍ଲା ପରିବହନ ବିଭାଗ ତରଫରୁ ରଣପୁର ରେ ଦୁଇଦିନଧରି ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିବସରେ ସ୍ଥାନୀୟ ପଞ୍ଚୁଦଳ ପଡିଆଠା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତିସୁରମା ପାଢୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ୍ୟା ରଙ୍ଗୀନ ମହାନ୍ତି,ବରିଷ୍ଠ ଆଇନୀଜୀବୀ ଦିଲ୍ଲୀପ କୁମାର ନନ୍ଦ ଓ ମୋଟରଜାନ ନିରୀକ୍ଷକ ଶ୍ରୀ ଦୀପ ଯୋଗଦେଇଥିଲେ. ଏହି ଅବସରରେ ପ୍ରାୟ ପଚାଶ ଜଣ ଡ୍ରାଇଭର ମାନଙ୍କର ଆଖି ପରୀକ୍ଷା କରାଯାଇଥିଲା.ଅନ୍ତିମ ଦିବସ ଆଜି ଉଦଯାପନ ଦିବସରେ ରଣପୁର ଡିଗ୍ରୀ ମହାବିଦ୍ୟାଳୟ ଏନସିସି କ୍ୟାଡେଟ, ସ୍ଥାନୀୟ ନୋଡାଲ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିଜ୍ଞାପିତ ଅଞ୍ଚଳ ପରିଷଦ ସଫାଇ କର୍ମଚାରୀ ଓ ସାଧାରଣ ଜନତା ପଞ୍ଚୁଦୋଳ ପଡ଼ିଆ ଠାରେ ପୂର୍ବାହ୍ନ ସାଢ଼େ ୧୦ଟାରେ ଏକତ୍ରିତ ହୋଇଥିଲେ l

ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ପରେ ଶୋଭାଯାତ୍ରା ବାହାରି ସଡ଼କ ସୁରକ୍ଷା ସମ୍ପର୍କିତ ନାନାଦି ସ୍ଲୋଗାନ ସାଙ୍ଗକୁ ସଚେତନତା ବାର୍ତ୍ତା ଦେଇ ବଡ଼ଦାଣ୍ଡ, ବ୍ୟାଙ୍କ ଛକ ପରିକ୍ରମା କରି ସ୍କୁଲ ବିଦ୍ୟାଳୟ ଠାରେ ପହଞ୍ଚି ଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି, ଡେପୁଟି କମିଶନର ରଶ୍ମି ରଞ୍ଜନ ଦଳବେହେରା,ଆର ଟିଓ ନିର୍ମଳ ମହାନ୍ତି, ବିଡ଼ିଓ ମନୋଜ କୁମାର ନାୟକ, ଏନଏସି ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର,ତହସିଲଦାର ଆର୍ଯ୍ୟ ସର୍ଦମନ ପ୍ରମୁଖ ସାମିଲ ହୋଇଥିଲେ l ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ନନ୍ଦ ଓ ସତ୍ୟ ନାରାୟଣ ମହାପାତ୍ର ଏହାକୁ ସଂଯୋଜନା କରିଥିଲେ l ପରିଶେଷରେ ପାଲା ପରିବେଷଣ ହେବା ସହିତ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଦିଆ ଯାଇଥିଲା. ଯମ-ଚିତ୍ରଗୁପ୍ତ ଙ୍କ ଅଭିନୟ ଆକର୍ଷଣୀୟ ହୋଇଥିଲା
