ରଣପୁର, ୨୯/୦୮ : ରଣପୁର ସ୍ପୋର୍ଟ୍ସ ଆସୋସିଏସନ୍ ତରଫରୁ ବିଭିନ୍ନ କ୍ରୀଡାକୁ ନେଇ ଜାତୀୟ କ୍ରୀଡା ଦିବସ ଧୂମଧାମରେ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ତଥା ପ୍ରବା ଚକ ବିରଞ୍ଚି ନାରାୟଣ ତ୍ରିପାଠୀ, ରଣପୁର ରେଞ୍ଜର ସିଦ୍ଦୁ ସିଂ, ଇଁରାଜୀ ଅଧ୍ୟାପକ ନରେନ୍ଦ୍ର ପ୍ରତାପ ସ୍ୱାଇଁ ଖେଳ ଶିକ୍ଷକ ଶଶୀକାନ୍ତ ସାମନ୍ତରାୟ, ରଣପୁର ବିଜ୍ଞାପିତ ପରିଷଦ ଯୁବ ମୋର୍ଚ୍ଚା ସଭାପତି ମନୋଜ କୁମାର ମହାପାତ୍ର, ଉପ-ସଭାପତି ସନ୍ତୋଷ କୁମାର ମହାପାତ୍ର ଓ ବଜରଙ୍ଗୀ ଦଳ ସଭାପତି ଅଶୋକ ତୋଟାଳ ପ୍ରମୁଖ ଯୋଗ ଦେଇଥିଲେ |

କୈଳାଶ ପ୍ରଧାନଙ୍କ ଉଦଘୋଷଣାରେ ଭଲିବଲ ଓ ଫୁଟବଲ ଖେଳଗୁଡ଼ିକ ଉତ୍ସାହପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଥିଲା | ଫୁଟବଲ୍ରେ ନୟାଗଡ ଓ ଭୁବନେଶ୍ୱର ଦଳ, ରଣପୁର ଓ ଜଟଣୀ ଦଳ ମଧ୍ୟରେ ରୋମାଞ୍ଚକ ଖେଳ ହୋଇଥିଲା | ଭଲିବଲରେ ବଳଭଦ୍ରପୁର ଓ ମଝିଆଖଣ୍ଡ ଦଳ ମଧ୍ୟରେ ଆକର୍ଷଣୀୟ ପ୍ରତିଯୋଗିତା ହେଲା, ଯେଉଁଥିରେ ମଝିଆଖଣ୍ଡ ଦଳ ବିଜୟୀ ହୋଇଥିଲା| ଏହାଛଡ଼ା ରଣପୁର ଗ୍ରୁପ ଓ ଅଗ୍ନିଶମ ବିଭାଗ ଗ୍ରୁପ ଖେଳାଳୀଙ୍କ ମଧ୍ୟରେ ମଧ୍ୟ କ୍ରୀଡାମୂଳକ ପ୍ରତିଯୋଗିତା କରାଯାଇଥିଲା । ବିଶ୍ୱଜିତ ମହାପାତ୍ର, ମଣ୍ଟୁ ପ୍ରହରାଜ ପ୍ରମୁଖ ରେଫ୍ରି ଭାବେ ଖେଳ ପରିଚାଳନା କରିଥିଲେ | ସ୍ପୋର୍ଟସ ଆସୋସିଏସନ୍ର ସଭାପତି, ଉପସଭାପତି ଏବଂ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ପରିଚାଳନା ରେ ସହଯୋଗ କରିଥିଲେ |

