• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପୁରୀରେ ଜନସ୍ୱାସ୍ଥ୍ୟ ସେବା ଜାତୀୟ ଶିଖର ସମ୍ମିଳନୀ, ୨୦୨୫ରେ ଟିବିମୁକ୍ତ ହେବ ଭାରତ: ଜେପି ନଡ୍ଡା

by Voice of Victims
February 28, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପୁରୀରେ ଜନସ୍ୱାସ୍ଥ୍ୟ ସେବା ଜାତୀୟ ଶିଖର ସମ୍ମିଳନୀ, ୨୦୨୫ରେ ଟିବିମୁକ୍ତ ହେବ ଭାରତ: ଜେପି ନଡ୍ଡା

ଭୁବନେଶ୍ବର: ଚଳିତବର୍ଷ ଶେଷ ସୁଦ୍ଧା ଭାରତ ଯକ୍ଷ୍ମା (ଟିବି) ମୁକ୍ତ ହେବ। ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଏବେ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଓଡ଼ିଶାର ପୁରୀରେ ଅନୁଷ୍ଠିତ ଦୁଇଦିନିଆ ୯ମ ଜନସ୍ୱାସ୍ଥ୍ୟ ସେବା ଜାତୀୟ ଶିଖର ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୁରୀ ସାଂସଦ ଡ. ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ନଡ୍ଡା ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଅଧୀନରେ ୨୦୩୦ସୁଦ୍ଧା ଯକ୍ଷ୍ମା ଦୂର କରିବାର ବିଶ୍ୱ ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଦେଶ ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ସଂକଳ୍ପ ନେଇଛି ଏବଂ ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛି। ଦେଶର ୪୫୫ଟି ଜିଲ୍ଲାରେ ଚାଲିଥିବା ୧୦୦ଦିନିଆ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୫ଲକ୍ଷ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସରକାର ଏହି ବିଶାଳ ଅଭିଯାନକୁ ସମସ୍ତ ଜିଲ୍ଲା ଏବଂ ବ୍ଲକକୁ ବିସ୍ତାର କରିବାକୁ ଯୋଜନା କରୁଛନ୍ତି। ୨୦୨୫ ଶେଷ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ଯକ୍ଷ୍ମା ଦୂରକରିବା ଲକ୍ଷ୍ୟ ରଖାଯାଇଛି। ଜେପି. ନଡ୍ଡା ଉଲ୍ଲେଖ କରିଥିଲେ ଯେ ୨୦୧୪ ମସିହାରୁ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ସେ କହିଥିଲେ ଯେ ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ ଆରୋଗ୍ୟକାରୀ ସ୍ୱାସ୍ଥ୍ୟସେବାର ଆଭିମୁଖ୍ୟରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆଣିଛି । କେନ୍ଦ୍ର ସରକାର ଲୋକମାନଙ୍କ ପାଇଁ ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପରେ କରାଯାଇଥିବା କାର୍ଯ୍ୟ ସାମଗ୍ରିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାର ମୂଳଦୁଆକୁ ସୁଦୃଢ଼ କରିଛି ବୋଲି ସେ କହିଥିଲେ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରେଷ୍ଠ ଅଭ୍ୟାସ ଉପରେ ନବମ ଜାତୀୟ ସମ୍ମିଳନୀ ଉପରେ ଏକ କଫି ଟେବୁଲ୍ ବୁକ୍‌, ୧୬ ତମ ସାଧାରଣ ସମୀକ୍ଷା ମିଶନ ରିପୋର୍ଟ, ଏନଏଚଏମର ଚାରୋଟି ଆଞ୍ଚଳିକ ସମ୍ମିଳନୀ (୨୦୨୪-୨୫) ରିପୋର୍ଟ ଏବଂ ଅଣ-ସଂକ୍ରାମକ ରୋଗ ସମ୍ମିଳନୀ ରିପୋର୍ଟ (ଜାନୁଆରୀ ୨୦୨୫) ଉନ୍ମୋଚନ କରିଥିଲେ।

Post Views: 90
Tags: National Summit on Public Health Services at Puri
Share198Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In