ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀଙ୍କ ଦେହାନ୍ତକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏମସରେ ଚିକିତ୍ସିତ ହେଉଥିବା ବାଲେଶ୍ବର ଏଫଏମ କଲେଜ ପୀଡ଼ିତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ । ମନକୁ ଏହା ବିଚଳିତ କରୁଛି ଯେ, କିପରି ଗୋଟିଏ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇପାରେ । ଏହା କୌଣସି ଦୁର୍ଘଟଣା ନୁହେଁ ବରଂ ଏକ ବ୍ୟବସ୍ଥାର ଫଳ । ନ୍ୟାୟ ପାଇବା ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଲା । ପୂରା ଘଟଣାକ୍ରମରୁ ଜଣାପଡ଼ୁଛି ଏହା ଏକ ଆନୁଷ୍ଠାନିକ ବିଶ୍ବାସଘାତକତାରୁ କିଛି କମ୍ ନୁହଁ, ଯାହା ଏକ ଯୋଜନାବଦ୍ଧ ଅନ୍ୟାୟ । ଜଣେ କେହି ବି ଯଦି ଉତ୍ତରଦାୟିତ୍ବ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ ତେବେ ହୁଏତ ଝିଅଟିର ଜୀବନ ବଞ୍ଚାଯାଇଥାଆନ୍ତା ।
ନବୀନ କହିଛନ୍ତି ମୁଁ ପୁଣି ରାଜ୍ୟପାଳଙ୍କୁ ଅନୁରୋଧ କରୁଛି ସେ ସୁନିଶ୍ଚିତ କରନ୍ତୁ ଯେ ନା କେବଳ କଲେଜ କର୍ତ୍ତୃପକ୍ଷ ବରଂ କ୍ଷମତାରେ ଥିବା ବ୍ୟକ୍ତିମାନେ ଉତ୍ତରଦାୟୀ ହୁଅନ୍ତୁ । ଯେଉଁମାନେ ପୀଡ଼ିତାଙ୍କ ଆକୁଳ ଗୁହାରି ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ପୀଡ଼ିତାଙ୍କ ଆମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏପରି ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ‘X’ରେ ପୋଷ୍ଟ କରିଛନ୍ତି ନବୀନ ।