ଭୁବନେଶ୍ବର: ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହ ପର୍ବ ପାଳିବାକୁ ସେ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ଆରମ୍ଭ କରି ସହର ସବୁଠି ଉତ୍ସବର ମାହୋଲ । ପରସ୍ପରକୁ ରଙ୍ଗ ବୋଳି ହୋଲି ପାଳନ କରୁଛନ୍ତି । ରଙ୍ଗର ରଙ୍ଗୀନ୍ ସମସ୍ତେ ।
ବିଶେଷକରି ହର୍ବାଲ ହୋଲି ଖେଳିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହାସହ କିଛି କିଛି ସ୍ଥାନରେ ବୋଜିଭାତର ମଧ୍ୟ ଆୟୋଜନ କରାଯାଇଛି ।
