• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବଢୁଛି ନବୀନାଙ୍କ କ୍ରେଜ୍‌, ବିରୋଧୀ ଶିବିରରେ କମ୍ପନ

by Voice of Victims
April 27, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବଢୁଛି ନବୀନାଙ୍କ କ୍ରେଜ୍‌, ବିରୋଧୀ ଶିବିରରେ କମ୍ପନ

ଉମରକୋଟ : ବିଜୁ ଜନତା ଦଳ ଉମରକୋଟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା ପରଠାରୁ ବିରୋଧୀ ଶିବିରରେ କମ୍ପନ ଦେଖିବାକୁ ମିଳିଛି। ଦଳିତ ସମାଜର ଜଣେ ଆଗ ଧାଡ଼ିର ନେତା ତଥା ପୁରୁଖା ରାଜନୀତିଜ୍ଞ ଭାବେ ନବୀନା ନାୟକ ଅଞ୍ଚଳରେ ବେଶ ପରିଚିତ। ଜଣେ ଯୁବନେତ୍ରୀ ଭାବେ ଅଞ୍ଚଳର ସମସ୍ତଙ୍କ ପ୍ରିୟପାତ୍ରୀ ପାଲଟିଛନ୍ତି। ରାଇଘର ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ବେଳେ ଅଞ୍ଚଳରେ ବହୁ ଆଖିଦୃଶିଆ କାମ କରି ଜନତାଙ୍କ ମନ ଜିଣିଥିଲେ। ବହୁ ଆଶାୟୀଙ୍କ ମଧ୍ୟରୁ ନବୀନଙ୍କ ନାମ ଦଳର ସଭାପତି ଘୋଷଣାପରଠାରୁ ଅଞ୍ଚଳର ଯୁବକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯିବା ସହ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭାସମିତି କରି ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଜନତାଙ୍କୁ ଅବଗତ କରାଉଥିବାର ନଜର ଆସିଛି। ଉମରକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ତଥାପି ନବୀନାଙ୍କ କ୍ରେଜ ଦେଖିଲେ ଅତି ସହଜରେ ବିଜେଡି ଭୋଟ ହାତେଇବାରେ ସଫଳ ହେବ ବୋଲି ଆକଳନ କରାଯାଉଛି। ସ୍ଥାନୀୟ ବିଜେପି ବିଧାୟକ ଅଞ୍ଚଳ ସେପରି କୌଣସି ଆଖିଦୃଶିଆ କାମ ନ କରି ପାରିବା ସହ ଗୋଷ୍ଠୀ କନ୍ଦଳରେ ଜଡିତ ରହିବା ନବୀନାଙ୍କ ପାଇଁ ରାସ୍ତା ଆହୁରି ସରଳ ହେବ। ବିଗତ ଦିନରେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଉମରକୋଟ ଗସ୍ତ ବେଳେ ବହୁ ସ୍ବୟଂ ସହାୟକ ଗୋଷ୍ଠୀ, ଯୁବକ ସଂଘ ତଥା ବୁଦ୍ଧିଜୀବୀମାନେ ଭେଟି ନବୀନାଙ୍କ ପ୍ରାର୍ଥୀ କରାଯିବାରୁ କୃତଜ୍ଞତା ଜଣାଇଥିଲେ। ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ କର୍ମୀ ଓ ଜନତାଙ୍କୁ ସମ୍ବର୍ଦ୍ଧିନ କରି ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ପାଣିର ସମସ୍ୟା ଦୂର କରିବା ପାଇଁ ନିଜର ପ୍ରାଣ ପଦେ ଚେଷ୍ଟା କରି ସଫଳ କରିବା ସହ ନିଜ ପାଇଁ ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝିଙ୍କ ପାଇଁ ଭୋଟ ଭିକ୍ଷା ନିବେଦନ କରିଥିଲେ। ଆଗାମୀ ସମୟରେ ଯୋଡି ଶଙ୍ଖ ଅଞ୍ଚଳର ବିକାଶକୁ ଦ୍ବିଗୁଣିତ କରିବା ସହ ଜିଲ୍ଲାର ୪ଟି ବିଧାନସଭା ଶଙ୍ଖ ସପକ୍ଷରେ ଯିବା କଥା ଦୃଢୋକ୍ତିର ସହ ପ୍ରକାଶ କରିଥିଲେ।

Post Views: 55
Tags: Naveen's craze is growing
Share209Tweet131Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In