• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିହାରରେ ପୁଣି ଏନଡିଏ ସରକାର, ୧୦ମ ଥର ପାଇଁ ପୁଣି ଶପଥ ନେବେ ନୀତିଶ କୁମାର

by Voice of Victims
November 15, 2025
in ଦେଶ ବିଦେଶ, ମୁଖ୍ୟ ଖବର
ବିହାରରେ ପୁଣି ଏନଡିଏ ସରକାର, ୧୦ମ ଥର ପାଇଁ ପୁଣି ଶପଥ ନେବେ ନୀତିଶ କୁମାର

ବିହାର : ବିହାରରେ ପୁଣି ଏନଡିଏ ସରକାର । ବିହାର ବିଧାନ ସଭା ନିର୍ବାଚନରେ ଏନଡିଏ ଚମତ୍କାର ବିଜୟ ହାସଲ କରିଛି । ଏନଡିଏର ଏହି ବଡ଼ ସଫଳତା ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବେ ନୀତିଶ କୁମାର । ୨୦୨୪ ରେ ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ ଚଳିତ ବର୍ଷ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଯାହା ବର୍ତ୍ତମାନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ।

ସୂଚନାନୁଯାୟୀ, ବିଜେପି-ଜେଡିୟୁ-ଏଲଜେପି-ହାମ୍ ମେଣ୍ଟ ମୋଟ ୨୪୩ ଆସନରୁ ୨୦୨ ସିଟ୍ ହାତେଇଛନ୍ତି । ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ୧୦୧ଟି ଆସନରେ ଲଢି ବିଜେପି ଏକାକୀ ୮୯ଟି ଆସନରେ ବାଜିମାତ୍ କରିଥିବାବେଳେ ଜେଡିୟୁ ୮୫ଟି ଆସନ ପାଇଛି । ଆରଜେଡି ୨୫ ଏବଂ କଂଗ୍ରେସ ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ହୋଇଛି । ମୋଟ୍ ୨୪୩ଟି ଆସନରୁ ଏନଡିଏ ମେଣ୍ଟ ୨୦୦ରୁ ଅଧିକ ଆସନରେ କବଜା କରିଥିବା ବେଳେ ମହାଗଠବନ୍ଧନର ଆସନ ସଂଖ୍ୟା ୪୦କୁ ହ୍ରାସ ପାଇଛି । ସମସ୍ତଙ୍କୁ ପଛରେ ପକାଇ ଏନଡିଏ ପୁଣି ବିହାରରେ ସରକାର ଗଠନ କରିବାକୁ ଯାଉଛି ।

Post Views: 67
Share197Tweet123Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In