• About Us
  • Contact Us
Tuesday, March 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନୂଆ ଲକ୍ଷପତି ଦିଦି ସହାୟିକା ଯୋଜନା: ୧୦ ମାସର ବକେୟା ରାଶି ପାଇବେ ସପୋର୍ଟ ଷ୍ଟାଫ୍‌

by Voice of Victims
February 14, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନୂଆ ଲକ୍ଷପତି ଦିଦି ସହାୟିକା ଯୋଜନା: ୧୦ ମାସର ବକେୟା ରାଶି ପାଇବେ ସପୋର୍ଟ ଷ୍ଟାଫ୍‌

ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମା’ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ସେମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ, ଆମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ନାମକ ଏକ ନୂତନ ଯୋଜନା ମୁଁ ଘୋଷଣା କରୁଛି। ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ। ଏଥିପାଇଁ ଜିପିଏଲ୍‌ପିଙ୍କୁ ଅନୁଦାନ ପ୍ରଦାନ କରିବେ। ଏହି ନିଷ୍ପତ୍ତି ଦ୍ୱାରା ୬୨ହଜାରରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଲାଭବାନ ହେବେ। ସେମାନେ ଏପ୍ରିଲ୍ ୨୦୨୪ ଠାରୁ ତାଙ୍କର ପାରିଶ୍ରମିକ ପାଇବେ। ବିଧାନସଭାରେ ବିବୃତ୍ତି ରଖି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡ଼ିଶା ଜୀବିକା ମିଶନ ୨୦୧୨ ଅପ୍ରେଲ ୧ରୁ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଛି। ପୁନର୍ବାର ଏହି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଛି। ଏହି ସ୍ୱୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), ଆଞ୍ଚଳିକ ମଞ୍ଚ (ସିଏଲ୍‌ଏଫ୍‌) ଏବଂ ଗ୍ରାମପଞ୍ଚାୟତ ସଂଘ (ଜିପିଏଲ୍‌ଏଫ୍‌)ଗୁଡ଼ିକୁ ସୁଦୃଢ଼ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ଦ୍ୱାରା ନିଯୁକ୍ତି ଦିଆଯାଇଥିଲା। କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ମାନଙ୍କ ମଧ୍ୟରେ କମ୍ୟୁନିଟି ରିସୋର୍ସ ପର୍ସନ ଫର୍ କମ୍ୟୁନିଟି ମୋବିଲାଇଜେସନ୍ (ସିଆର୍‌ପି-ସିଏମ୍‌), ମାଷ୍ଟର୍ ବୁକ୍ କିପର୍ (ଏମ୍‌ବିକେ), ବ୍ୟାଙ୍କ ମିତ୍ର ଓ ପ୍ରାଣି ମିତ୍ର ଅନ୍ତର୍ଭୁକ୍ତ ଅଟନ୍ତି। ରାଜ୍ୟରେ ମୋଟ ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତ କରାଯାଇଥିଲା। ଓଡ଼ିଶା ଜୀବିକା ମିଶନର ପତ୍ର ସଂଖ୍ୟା ୫୭୪, ତାରିଖ ୨୫.୦୨.୨୦୧୯ରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କର ପାରିଶ୍ରମିକ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରଯାଇଥିଲା। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ମାନଙ୍କର ପାରିଶ୍ରମିକ ବାବଦକୁ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘମାନଙ୍କୁ ୨୦୧୯ ଏପ୍ରିଲ ୧ ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ହାରରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ନିଯୁକ୍ତିର ପ୍ରଥମ ତିନିବର୍ଷ ୧୦୦ ପ୍ରତିଶତ, ଚତୁର୍ଥ ବର୍ଷରେ ୭୫ ପ୍ରତିଶତ ଓ ପଞ୍ଚମ ବର୍ଷରେ ୫୦ ପ୍ରତିଶତ ହିସାବରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା ରହିଥିଲା। କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କର ପାରିଶ୍ରମିକ ବାବଦକୁ ଚତୁର୍ଥ ବର୍ଷରେ ୨୫%, ପଞ୍ଚମ ବର୍ଷରେ ୫୦% ଏବଂ ପଞ୍ଚମ ବର୍ଷ ପରେ ସମୁଦାୟ ୧୦୦% ପାଣ୍ଠି ପଞ୍ଚାୟତସ୍ତରୀୟ ସଂଘମାନେ ନିର୍ଦ୍ଦେଶାବଳୀ ଅନୁଯାୟୀ ବହନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏହା ପରିଲକ୍ଷିତ ହେଉଛି ଯେ ବିଗତ ସରକାରଙ୍କ ଇଛା ଶକ୍ତିର ଅଭାବ ଯୋଗୁ ଜିପିଏଲ୍‌ଏଫ୍‌ମାନେ ସ୍ୱୟଂସମ୍ପୂର୍ଣ୍ଣ ହୋଇପାରିନାହାନ୍ତି । ତେଣୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ମାନେ ୧୦ ମାସ ଧରି ପାରିଶ୍ରମିକ ପାଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ମା’ମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କର ଆର୍ôଥକ ଅଭିବୃଦ୍ଧି କରାଇବା ଲକ୍ଷ୍ୟ ନେଇ ‘ଲକ୍ଷପତି ଦିଦି ଯୋଜନା’ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ଅଧିକରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କାର ରୋଜଗାରକ୍ଷମ କରାଇବା ପାଇଁ ପ୍ରୟାସ କରାଯାଉଛି। ମହିଳାଙ୍କୁ ସ୍ୱାବଲମ୍ବୀ କରି ସମୃଦ୍ଧ ଓଡ଼ିଶା ଗଢ଼ିବା ଆମ ସରକାରଙ୍କ ଉଦ୍ଦେଶ୍ୟ।

Post Views: 67
Share200Tweet125Send
Voice of Victims

Voice of Victims

Recent Posts

  • ଇରାନର ବଡ଼ ଦାବି, ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼
  • ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ : ମାର୍କୋ ରୁବିଓ
  • ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର, ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ
  • ମାର୍ଚ୍ଚ ୨୫ରୁ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ! ବୈଠକରେ ନିଷ୍ପତ୍ତି
  • ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ, ରାତିରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In