• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନଭେମ୍ବର ୧୫ରୁ ନୂଆ ଟୋଲ୍‌ ନିୟମ, UPIରୁ ପେମେଣ୍ଟ କରିଲେ ପଡ଼ିବନି ଦୁଇଗୁଣା ଟ୍ୟାକ୍ସ

by Voice of Victims
October 5, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ନଭେମ୍ବର ୧୫ରୁ ନୂଆ ଟୋଲ୍‌ ନିୟମ, UPIରୁ ପେମେଣ୍ଟ କରିଲେ ପଡ଼ିବନି ଦୁଇଗୁଣା ଟ୍ୟାକ୍ସ

ନୂଆଦିଲ୍ଲୀ: ଗାଡି ଚାଳକଙ୍କ ପାଇଁ କଡା ନିୟମ କଲେ ସରକାର । ଟୋଲ୍ ପେମେଣ୍ଟକୁ ନେଇ ଲାଗୁ ହେଲା ନୂଆ ନିୟମ । ଲୋକଙ୍କ ଦେୟ ପଦ୍ଧତିକୁ ଆଧାର କରି ଲାଗୁ ହେବ ଭିନ୍ନ ଶୁଳ୍କ । ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ଟୋଲ୍ ପ୍ଲାଜାରେ ନଗଦ ପେମେଣ୍ଟ କମ୍ କରିବା ପାଇଁ ସରକାର ଏହି ନିୟମ ପ୍ରଚଳନ କରିଛନ୍ତି । ହଁ ଆଜ୍ଞା, ଆସନ୍ତା ନଭେମ୍ବର ୧୫ ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ଟୋଲ୍‌ ନିୟମ ।

ନୂଆ ନିୟମ ଅନୁଯାୟୀ, FASTag ବିନା ଜାତୀୟ ରାଜପଥରେ ପ୍ରବେଶ କରୁଥିବା ଯାନଗୁଡ଼ିକରୁ ସେମାନଙ୍କର ପେମେଣ୍ଟ ପଦ୍ଧତି ଉପରେ ଆଧାର କରି ଭିନ୍ନ ଭିନ୍ନ ଶୁଳ୍କ ମୁଳ୍କ ଆଦାୟ କରାଯିବ । ଅର୍ଥାତ ଜାତୀୟ ରାଜପଥରେ ଟୋଲ୍ ପେମେଣ୍ଟକୁ ଡିଜିଟାଲ୍ କରିବା ପାଇଁ ସରକାର ଏହି ନୂଆ ନିୟମ ଲାଗୁ କରିଛନ୍ତି । ଏବେ ମହଙ୍ଗା ହେବ ଫାଷ୍ଟାଗ୍ ନଥିବା ଗାଡ଼ି ପାଇଁ ନଗଦ ଦେୟ ।

ୟୁପିଆଇ ବ୍ୟବହାର କରି ପେମେଣ୍ଟ କରିବା ପାଇଁ କମ ଶୁଳ୍କ ଦେବାକୁ ପଡିବ । ଯଦି ଜଣେ ଉପଭୋକ୍ତା ନଗଦ ଦେୟ ଦିଅନ୍ତି, ତେବେ ତାଙ୍କଠାରୁ ପ୍ରଯୁଜ୍ୟ ଟୋଲ୍ ଟ୍ୟାକ୍ସର ଦୁଇଗୁଣ ଟଙ୍କା ଆଦାୟ କରାଯିବ । କିନ୍ତୁ ଯଦି ସେହି ଉପଭୋକ୍ତା UPI କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ପେମେଣ୍ଟ କରନ୍ତି ତେବେ ଟ୍ୟାକ୍ସ ୧.୨୫ ଗୁଣ ଟୋଲ୍ ଦେବାକୁ ପଡିବ ।

ଉଦାହରଣ ସ୍ୱରୂପ, ଫାଷ୍ଟାଗ୍ ବ୍ୟବହାର କରି ୧୦୦ ଟଙ୍କା ଟୋଲ୍ ଦେଲେ ୨୦୦ ଟଙ୍କା ନଗଦ ଏବଂ ୟୁପିଆଇରେ ୧୨୫ ଟଙ୍କା ଦେବାକୁ ପଡିବ । FASTag ନଥିବା ଯାନବାହନଗୁଡ଼ିକ ପାଇଁ ଏହା ଏକ ଗୁରୁତ୍ବପୂର୍ଣ ରିହାତି । ଏହାର ଅର୍ଥ ହେଉଛି ଯେ FASTag ବ୍ୟବହାର ନ କରୁଥିବା ଉପଭୋକ୍ତାମାନେ UPI ବ୍ୟବହାର କରି ପେମେଣ୍ଟ କରିବା ସମୟରେ କମ୍ ଟ୍ୟାକ୍ସ ଦେବେ ।ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ଟୋଲ୍ ପ୍ଲାଜାରେ ନଗଦ କାରବାରକୁ ହ୍ରାସ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି । ଏହି ନିୟମ ଟୋଲ୍ ପ୍ଲାଜାରେ ପେମେଣ୍ଟ ପଦ୍ଧତିରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆଣିବ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, ୨୦୦୮ର ଜାତୀୟ ରାଜପଥ ଟୋଲ୍ ନିୟମ ସଂଶୋଧନ କରାଯାଇଛି ।

ତେବେ ସୂଚନା ଅନୁଯାୟୀ, ଏହି ନିୟମ ନଭେମ୍ବର ୧୫ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଡିଜିଟାଲ୍ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହିତ କରିବା ଏବଂ ଟୋଲ୍ ପ୍ଲାଜାରେ ଦକ୍ଷତା ବୃଦ୍ଧି କରିବା । ଯାହାଦ୍ବାରା ଟୋଲ୍ ପ୍ଲାଜାରେ ଯାନବାହାନ ଭିଡ଼ କମ୍ ହେବା ସହିତ ରାଜପଥ ବ୍ୟବହାରକାରୀଙ୍କ ପାଇଁ ଯାତ୍ରା ସମୟ ଉନ୍ନ‌ତ କରିବା । ସରକାର ଆଶା ରଖିଛନ୍ତି, ଏହି ନୂଆ ବ୍ୟବସ୍ଥା ଫଳରେ ଯାତ୍ରୀମାନେ ଅଧିକ ସଂଖ୍ୟାରେ ଫାଷ୍ଟାଗ୍ କିମ୍ବା ୟୁପିଆଇ ଦ୍ୱାରା ଟୋଲ୍ ପେମେଣ୍ଟ କରିବେ ଉଭୟ ଯାହା ଟ୍ରାଫିକ୍ ଏବଂ ସମୟକୁ ସଂରକ୍ଷଣ କରିବ ।

Post Views: 42
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In