ଭୁବନେଶ୍ୱର : ବୀମା ପାଇଁ ବଳିପଡିଲେ କି ଶୁଭମିତ୍ରା । ବୀମା ଟଙ୍କା ପାଇବା ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିବା ଚର୍ଚ୍ଚାକୁ ଆସିଛି । ତାଙ୍କ ନାଁରେ ୧ କୋଟି ଟଙ୍କାର ଟର୍ମ ଲାଇଫ ଇନ୍ୟୁସରାନ୍ସ ଥିଲା । ଏହି ବୀମାରେ ଦାପକ ରାଉତ ନୋମିନି ଥିଲେ । ପୋଲିସ ସନ୍ଦେହ ଯେ ଏହି ଟଙ୍କା ପାଇବା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥାଇପାରେ । ସେହିପରି ଦୀପକଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କର ୨୦୨୨ ମସିହାରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଇ ଦୀପକ ବୀମା ସଂସ୍ଥାରୁ କୋଟିଏ ୨୦ ଲକ୍ଷ ଟଙ୍କା ପାଇଥିଲେ । ପ୍ରଥମ ପତ୍ନୀଙ୍କୁ ବି ଷଡ଼ଯନ୍ତ୍ର କରି ହତ୍ୟା କରି ସେ ଦୁର୍ଘଟଣାର ରୂପ ଦେଇଥିବା ଅଭିଯୋଗ ହୋଇଥିଲା।

ଅନ୍ୟପଟେ ଶୁଭମିତ୍ରାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଦୀପକ ରାଉତ ନାଁରେ ବଡ଼ ଅଭିଯୋଗ ଆଣିଲେ ପ୍ରଥମ ପତ୍ନୀଙ୍କ ମା’ । ପ୍ରଥମ ପତ୍ନୀକୁ ଦୀପକ ସୁଚିନ୍ତିତ ଭାବେ ହତ୍ୟା କରିଥିବା ଅଭିଯୋଗ ଆଣିଲେ । ମୃତ୍ୟୁର ୩ ବର୍ଷ ପରେ ମୁହଁ ଖୋଲିଲେ ପ୍ରଥମ ପତ୍ନୀଙ୍କ ମାଆ। ଦୀପକ ପ୍ରଥମେ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ତାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିଲେ ଦୀପକ । ଅପର୍ଣ୍ଣା ପରଜଙ୍ଗ ତହସିଲ ଅଧୀନ କନ୍ଦରସିଂହାରେ ସେତେବେଳେ ଆରଆଇ ଥିଲେ ।

୨୦୨୨ ମାର୍ଚ୍ଚ ୧୭ ସନ୍ଧ୍ୟାରେ ସ୍ବାମୀ ଦୀପକଙ୍କ ସହିତ ଅପର୍ଣ୍ଣା ଭୁବନେଶ୍ବରରୁ କାର ଯୋଗେ ତିଳପଦାସ୍ଥିତ ବାପଘରକୁ ଆସୁଥିଲେ । ହେଲେ ଫେରିବାବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୀପକ ଫୋନ କରି ଶ୍ବଶୁର ଘରକୁ ଜଣାଇଥିଲେ । ସେତେବେଳେ ସେ ସାତ ମାସର ଗର୍ଭବତୀ ଥିଲେ। ତାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ସେ ଜଣେ ହତ୍ୟାକାରୀ, ତାକୁ କଠୋର ଦଣ୍ଡ ମିଳୁ ବୋଲି ଅପର୍ଣ୍ଣାଙ୍କ ମାଆ ଅଭିଯୋଗ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ମୃତ ପ୍ରଥମ ପତ୍ନୀଙ୍କ ପରିବାର । ପୋଲିସ ଏ ସମ୍ପର୍କରେ ଖୋଳତାଡ ଆରମ୍ଭ କରିଛି । ଲେଡି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ଚାଲିଛି ମାରାଥନ ଜେରା ।
