• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପର୍ଯ୍ୟଟକଙ୍କୁ NIAର ଅପିଲ, ପହଲଗାମ ଆତଙ୍କୀ ଆକ୍ରମଣ ସହିତ ଜଡିତ ଫଟୋ କିମ୍ବା ଭିଡିଓ ଥିଲେ ତୁରନ୍ତ ପଠାନ୍ତୁ

by Voice of Victims
May 8, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପର୍ଯ୍ୟଟକଙ୍କୁ NIAର ଅପିଲ, ପହଲଗାମ ଆତଙ୍କୀ ଆକ୍ରମଣ ସହିତ ଜଡିତ ଫଟୋ କିମ୍ବା ଭିଡିଓ ଥିଲେ ତୁରନ୍ତ ପଠାନ୍ତୁ

ନୂଆଦିଳ୍ଲୀ: ଜାତୀୟ ତଦନ୍ତ ସଂସ୍ଥା (NIA) ଜମ୍ମୁ କଶ୍ମୀର ପହଲଗାମ ଆତଙ୍କୀ ଆକ୍ରମଣ ପରେ ସମସ୍ତ ପର୍ଯ୍ୟଟକ, ପରିଦର୍ଶକ ଏବଂ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀ ଆକ୍ରମଣ ସମ୍ପର୍କିତ ସୂଚନା ପ୍ରଦାନ କରିବାକୁ ନିବେଦନ କରିଛି । ଏନଆଇଏ ଆକ୍ରମଣ ସମ୍ପର୍କିତ କୌଣସି ସୂଚନା, ଫଟୋ କିମ୍ବା ଭିଡିଓ ଥିଲେ ତୁରନ୍ତ ଏଜେନ୍ସି ସହିତ ଯୋଗାଯୋଗ କରିବାକୁ ଅପିଲ୍ କରିଛି ।

ଅଧିକାରୀଙ୍କ କହିବା ମୁତାବକ, ତଦନ୍ତକାରୀ ସଂସ୍ଥା ଆକ୍ରମଣର ବିଭିନ୍ନ ଦିଗକୁ ଦର୍ଶାଉଥିବା ବହୁ ସଂଖ୍ୟକ ଫଟୋ ଏବଂ ଭିଡିଓ ଜବତ କରିଛି । ସେଗୁଡିକର ଯାଞ୍ଚ କରୁଛି । ପର୍ଯ୍ୟଟକ ଏବଂ ଅନ୍ୟମାନେ ହୁଏତ ଅଜାଣତରେ କିଛି ଦେଖିଥିବେ, ଶୁଣିଥିବେ କିମ୍ବା ଫଟୋ କ୍ଲିକ୍ କରିଥିବେ ଯାହା ଜମ୍ମୁ ଏବଂ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଅଭୂତପୂର୍ବ ଆକ୍ରମଣ ପଛର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାରେ NIAକୁ ସାହାଯ୍ୟ କରିପାରିବ।

ସମସ୍ତ ଲୋକଙ୍କୁ ଏଜେନ୍ସିକୁ ଫୋନ୍ କରି ସୂଚନା ଦେବାକୁ ଅନୁରୋଧ କରିଛି ଏନଆଇଏ । ଏହା ପରେ ଜଣେ ବରିଷ୍ଠ NIA ଅଧିକାରୀ କଲରଙ୍କ ସହିତ ଯୋଗାଯୋଗ କରିବେ ଏବଂ ଏଜେନ୍ସି ସହିତ ସେୟାର କରିବା ପାଇଁ ପ୍ରାସଙ୍ଗିକ ସୂଚନା କିମ୍ବା ଫଟୋ କିମ୍ବା ଭିଡିଓ ଇତ୍ୟାଦି ନେବେ ।

ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଥିବା NIA ଏହି ମାମଲାରେ ଏକ ବଡ଼ ଖୁଲାସା କରିଥିଲା । ତଦନ୍ତରୁ ଏନଆଇଏ ଜାଣିବାକୁ ପାଇଥିଲା କି, ପାକ୍-ପ୍ରାୟୋଜିତ ଆତଙ୍କବାଦୀମାନଙ୍କୁ ଆକ୍ରମଣରେ ସ୍ଥାନୀୟ ଓଭରଗ୍ରାଉଣ୍ଡ କର୍ମୀ (OGW) ସହାୟତା କରିଥିଲେ । ଏହି ବ୍ୟକ୍ତି କେବଳ ଆତଙ୍କବାଦୀଙ୍କ ସହିତ ପର୍ଯ୍ୟଟକଙ୍କ ସ୍ଥାନ ସେୟାର କରିନଥିଲେ ବରଂ ଆକ୍ରମଣ ପରେ ସେମାନଙ୍କୁ ଖସିଯିବାରେ ମଧ୍ୟ ସାହାଯ୍ୟ କରିଥିଲେ ।

Post Views: 95
Share198Tweet124Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In