• About Us
  • Contact Us
Monday, March 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭିନ୍ନକ୍ଷମ କଳାକାରଙ୍କୁ ନେଇ ଆରମ୍ଭ ହେବ ନିନାଦ୍ ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ

by Voice of Victims
September 3, 2024
in ମୁଖ୍ୟ ଖବର, ରାଜ୍ୟ
ଭିନ୍ନକ୍ଷମ କଳାକାରଙ୍କୁ ନେଇ ଆରମ୍ଭ ହେବ ନିନାଦ୍ ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଭବ୍ୟ ସାଂସ୍କୃତିକ ସମାରୋହ “ନିନାଦ୍”  ଚଳିତ ସେପ୍ଟେମ୍ବର ମାସ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ସମାରୋହରେ ୨୨ଜଣ କୃତିତ୍ଵ ସମ୍ପନ୍ନ ପ୍ରଶିକ୍ଷିତ କଳାକାରମାନେ ସଙ୍ଗୀତ ପରିବେଷଣ କରିବେ । ଏହି ଶ୍ରେଷ୍ଠ କଳାକାରମାନଙ୍କୁ ଏକ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ ମନୋନୀତ କରାଯିବା ପରେ ରାଜ୍ୟର ସୁଦକ୍ଷ ସଙ୍ଗୀତ ପରିଚାଳକ ତଥା ସଂଯୋଜକ ଗୁରୁ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ଦ୍ଵାରା ସେମାନଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରାଯାଇଛି । ବହୁ ଗଣ୍ୟମାନ୍ୟ ଅତିଥିଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ସୃଜନାତ୍ମକ ସଙ୍ଗୀତ ପରିବେଷଣର କାର୍ଯ୍ୟକ୍ରମ- “ନିନାଦ୍” ଚଳିତ ସେପ୍ଟେମ୍ବର ମାସ ୫ ତାରିଖ ସଂନ୍ଧ୍ୟାରେ ଭୁବନେଶ୍ଵର ଜୟଦେବ ବିହାରସ୍ଥିତ ସ୍ଵସ୍ତି ପ୍ରିମିୟମ ହୋଟେଲ ଠାରେ ଉଦଘାଟନ କରିବେ ଏବଂ ଏହି କୃତୀ କଳାକାରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ସ୍ଵୀକୃତି ପ୍ରଦାନ କରିବେ । ଉକ୍ତ ସାଂସ୍କୃତିକ ସନ୍ଧ୍ୟାରେ ସାମିଲ୍ ହୋଇ ସମସ୍ତ ଦିବ୍ୟାଙ୍ଗ କଳାକାରମାନଙ୍କୁ ଶୁଭକାମନା ଜଣାଇବା ସହ ଏହି ପ୍ରତିଭାଦୀପ୍ତ କଳାକାରମାନଙ୍କୁ ସଶକ୍ତ ଓ ସ୍ଵାବଲମ୍ବନଶୀଳ କରିବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟର ମାନ୍ୟବର ବିଧାୟକ, ମନ୍ତ୍ରୀ, ଶିଳ୍ପଦ୍ୟୋଗ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ମାନଙ୍କର ସଙ୍ଗୀତ ପ୍ରେମୀମାନଙ୍କୁ ନିବେଦନ କରାଯାଉଛି ।

Post Views: 26
Tags: Ninad festival will begin with disabled artists
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In