ଭୁବନେଶ୍ୱର: ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ବିଧାନସଭାରେ ଉତ୍ତର ରଖି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ଅବକାରୀ ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଦ୍ୱାରା ସମୟ ସମୟରେ ଆବଣ୍ଟିତ ଅନେକ ମଦ ଦୋକାନ ଏବଂ ବାରଗୁଡ଼ିକୁ ବିଭିନ୍ନ କାରଣ ଯେପରିକି ଜନସାଧାରଣଙ୍କ ଆପତ୍ତି, କୋର୍ଟ ମାମଲା, ଅବୈଧ ବ୍ୟବସାୟରେ ଲାଇସେନ୍ସର ସମ୍ପୃକ୍ତି, ମଦ ଲାଇସେନ୍ସର ନବୀକରଣ ନହେବା ଯୋଗୁଁ ବନ୍ଦ କରାଯାଇଛି ।
ବର୍ତ୍ତମାନ ପ୍ରଚଳିତ ମଦ ନୀତିରେ ଚୋରା ମଦ ସଂପୂର୍ଣ୍ଣ ବନ୍ଦ କରିବା ସହ ଥିବା ଅନ୍ୟାନ୍ୟ ସମସ୍ୟାକୁ ସୁଚାରୁ ରୂପେ ସମାଧାନ କରାଯିବା ଦିଗରେ ପ୍ରଚେଷ୍ଟା କରାଯାଉଛି ।

