• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଅଶ୍ୱିନୀଙ୍କ ନାମାଙ୍କନବେଳେ ବିଜେଡିରୁ କେହି ଆସିଲେନି

by Voice of Victims
February 15, 2024
in ମୁଖ୍ୟ ଖବର, ରାଜ୍ୟ
ଅଶ୍ୱିନୀଙ୍କ ନାମାଙ୍କନବେଳେ ବିଜେଡିରୁ କେହି ଆସିଲେନି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଭରିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ଥିଲେ  । ୧୦ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ ଅଶ୍ୱିନୀ ୨ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ଓଡିଶାରୁ ତୃତୀୟ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି  । ଅଶ୍ୱିନୀ ବୈଷ୍ଣବ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେଡି ପକ୍ଷରୁ ସମର୍ଥନ କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଯେ ଆଜି ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥôପତ୍ର ଦାଖଲ ବେଳେ ବିଜେଡି ପକ୍ଷରୁ କେହି ଉପସ୍ଥିତ ନଥିଲେ ।  ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ୨୦୧୯ ମସିହାରେ ଅଶ୍ୱିନୀ  ବୈଷ୍ଣବଙ୍କ ପ୍ରାର୍ଥôପତ୍ର ଦାଖଲ ବେଳେ ଏଭଳି ପରିସ୍ଥିତି ଦେଖିବାକୁ ମିଳିନଥିଲା ।  ଆସନ୍ତା ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ ତାରିଖ ଧାର୍ୟ୍ୟ କରାଯାଇଥିବା ବେଳେ ଆଜି ପାର୍ଥ୍ରୀପତ୍ର ଦାଖଲ କରିବାର ଶେଷଦିନ ରହିଛି । ତେବେ ସଠିକ ସମୟରେ ବିଧାନସଭା ଯାଇ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ଆଜି ଭାଜପା କାର୍ୟ୍ୟାଳୟରୁ ସିଧାସଳଖ ବିଧାନସଭାରେ ପହଞ୍ଚିଥିଲେ। ଏହାପରେ ସେ ରିଟର୍ଣ୍ଣିଂ ଅଫିସର ଅବନିକାନ୍ତ ପଟ୍ଟନାୟକଙ୍କ ଚାମ୍ବରକୁ ଯାଇଥିଲେ। ତାଙ୍କ ସହ ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟ ସଚେତକ ମୋହନ ମାଝି, ବିଧାୟକ ନାଉରୀ ନାୟକ, ନବ ମାଝି, ବିଧାୟିକା କୁସୁମ ଟେଡେ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଅଶ୍ୱିନୀ ବୈଷ୍ଣବ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ୨ ସେଟ୍‌ ନାମାଙ୍କନ ଦାଖଲ କରିଛନ୍ତି।ଗତ ୧୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆ ଏବଂ ଦେବାଶିଷ ସାମନ୍ତରାୟ  ନାମାଙ୍କନ ଭରିଥିଲେ । ବୁଧବାର ଦିନ ଓଡିଶାରେ ଖାଲି ପଡିଥିବା ତୃତୀୟ ରାଜ୍ୟସଭା ଆସନ ପାଇଁ ଅଶ୍ବିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲା ବିଜେପି । ଏହାପରେ ବିଜୁ ଜନତା ଦଳ ପକ୍ଷରୁ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ନେଇ ଘୋଷଣା ହୋଇଥିଲା । ବିଜେଡ଼ି ସମର୍ଥନ କରିବା ପରେ ଅଶ୍ବିନୀ ଜିତିବା ନିଶ୍ଚିତ ହୋଇଯାଇଛି । ୨୦୧୯ର ପୁନରାବୃତ୍ତି ହୋଇଛି। ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଜେପି ଅଶ୍ବିନୀଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଘୋଷଣା କରିଛି ବିଜେଡି । ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅଶ୍ବିନୀଙ୍କୁ ସମର୍ଥନ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In