• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁରୀରେ ଡ୍ରାଇଭର ମହାସଂଘର ଧର୍ମଘଟ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ

by Voice of Victims
July 9, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ପୁରୀରେ ଡ୍ରାଇଭର ମହାସଂଘର ଧର୍ମଘଟ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ

ପୁରୀ(ଭିଓଭି), ୦୯/୦୭: ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା ବିଫଳ ହେବା ପରେ ସାତ ଦଫା ଦାବୀ ପୂରଣ ନେଇ ଡ୍ରାଇଭର ମହାସଂଘ ତରଫରୁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଷ୍ଟିଅରିଂ ଛାଡ ଆନ୍ଦୋଳନ ଆଜି ସକାଳୁ ପୁରୀ ସହରରେ ତୀବ୍ର ହୋଇଅଛି । ବିଶେଷ କରି ରଥଯାତ୍ରା ପାଇଁ ପୁରୀ ଆସି ବିଭିନ୍ନ ହୋଟେଲ, ଲଜିଂ, ଭଡ଼ାଘର, ମଠ, ଧର୍ମଶାଳା ବା ସମ୍ପର୍କୀୟଙ୍କ ଘରେ ରହିଯାଇଥିବା ଯାତ୍ରୀ ମାନେ ନୀଳାଦ୍ରୀ ବିଜେ ପରେ ପ୍ରାୟ ସମସ୍ତେ ନିଜ ନିଜ ଘରକୁ ପ୍ରତ୍ୟାବର୍ତନ କରିଥାନ୍ତି । ମାତ୍ର ଡ୍ରାଇଭର ଧର୍ମଘଟ ଯୋଗୁଁ ପରିବହନ ବଧାପ୍ରାପ୍ତ ହେବାଦ୍ୱାର ହଜାର ହଜାର ତୀର୍ଥଯାତ୍ରୀଙ୍କ ସମେତ ବହୁ ସାଧାରଣ ଲୋକ ବିଭିନ୍ନ ସ୍ଥାନରେ ଅଟକି ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୀ ସହରର ସମସ୍ତ ପ୍ରବେଶ ପଥରେ ଆନ୍ଦୋଳନରତ ଡ୍ରାଇଭର ମାନେ ପିକେଟିଂ କରୁଛନ୍ତି । ପୁରୀ ସହରର ପ୍ରବେଶ ପଥ ଯଥା ମାଳତୀପାଟପୁର, ମଙ୍ଗଳାଘାଟ ତଥା ତାଳ ବଣିଆ ଛକରେ ଶହ ଶହ ସଂଖ୍ୟାରେ ଡ୍ରାଇଭର ସେମାନଙ୍କର ୟୁନିଫର୍ମ ପିନ୍ଧି ଏବଂ ବେକରେ ପରିଚୟପତ୍ର ପକାଇ କଡ଼ା ପହରା ଦେଉଛନ୍ତି । ଦୁଇ ଚକିଆ ଗାଡ଼ି, ଅତ୍ୟାବଶ୍ୟକ ଜରୁରୀ କାଳୀନ ଏବଂ ପ୍ରାଇଭେଟ୍ ନମ୍ବର ଥିବା ଚାରିଚକିଆ ଯାନ ବ୍ୟତୀତ ଅଟୋ, ଟ୍ୟାକ୍ସି, ବସ୍‌, ଟ୍ରକ, ମିନିଟ୍ରକ ଇତ୍ୟାଦି କୌଣସି ଯାନ ବାହାନକୁ ସହର ମଧ୍ୟକୁ ପ୍ରବେଶ କରିବାକୁ ଦେଉ ନାହାନ୍ତି କି, ସହର ମଧ୍ୟରୁ ବାହାରକୁ ଯିବାପାଇଁ ମଧ୍ୟ ଦେଉ ନାହାନ୍ତି ।

ଇତି ମଧ୍ୟରେ ଟ୍ୟାକ୍ସି ନମ୍ବର ନକରି ପ୍ରାଇଭେଟ୍ ନମ୍ବରରେ ଥିବା ଅନେକ ଚାରି ଚକିଆ ଯାନ ଟ୍ୟାକ୍ସି ରୂପେ ବ୍ୟବହାର ହେଉଥିବାର ମଧ୍ୟ ନଜରକୁ ଆସିଅଛି । ଯାହାକି, ଆର.ଟି.ଓ. ଅଧିକାରୀଙ୍କ ଜ୍ଞାତ ସାରରେ କି ଅଜ୍ଞାତ ସାରରେ ଚାଲିଛି ତାହା ତଦନ୍ତ ସାପେକ୍ଷ । ତେଣୁ ଆନ୍ଦୋଳନରତ କର୍ମଚାରୀ ମାନେ ପ୍ରାଇଭେଟ୍ ନମ୍ବର ଥିବା କେତେକ ଚାରିଚକିଆ ଗାଡ଼ିକୁ ପୁରୀ ତାଳବଣିଆ ଗ୍ରୀଡ୍ ଷ୍ଟେସନ ଛକ ଠାରେ ଅଟକାଇ ଡ୍ରାଇଭର ମାନଙ୍କ ମୋବାଇଲ୍ ଯାଂଚ କରିବାରେ ସେମାନଙ୍କ ମୋବାଇଲ ରେ ବିଭିନ୍ନ ଟ୍ୟାକ୍ସି ଆପ୍ ଲୋଡ ହୋଇ ବୁକିଙ୍ଗ କରାହୋଇଥିବାର ଦେଖିବାକୁ ପାଇ ସେମାନଙ୍କୁ ସେହିଠାରେ ଅଟକାଇ ଗାଡ଼ି ଫେରାଇ ନେବାକୁ ତାଗିଦ୍ କରୁଥିବାର ଦେଖିବାକୁ ମିଳିଥିଲା ।

ଡ୍ରାଇଭର ମାନଙ୍କ ହକ୍ ଯଥା ଡ୍ରାଇଭର ମାନଙ୍କୁ ଦୁର୍ଘଟଣା ବୀମା, ରାସ୍ତାରେ ସୌଚାଳୟ ବା ବିଶ୍ରାମାଗାର ସୁବିଧା, ଅଟୋ ଡ୍ରାଇଭର ମାନଙ୍କୁ େଓଲଫେୟାର ବୋର୍ଡ ରେ ସାମିଲ କରିବା ପାଇଁ ତଥା ରାସ୍ତାରେ ଗାଡ଼ି ଯାଂଚ ପାଇଁ ପୋଲିସ୍ ମାତ୍ରାଧିକ କ୍ଷମତା ପ୍ରତ୍ୟାହାର କରିବା ସମେ ସାତ ଦଫା ଦାବି ନେଇ କରାଯାଇଥିବା ଏହି ଆନ୍ଦୋଳନ ଉପରେ ସରକାର ଯଦି କିଛି ପଦକ୍ଷେପ ନ ନିଅନ୍ତି ତେବେ ଏହି ଆନ୍ଦୋଳନ ଅନିଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ଆନ୍ଦୋଳନ ରତ ଡ୍ରାଇଭର କର୍ମଚାରୀ ମାନେ ପ୍ରକାଶ କରିଛନ୍ତି ।

Post Views: 100
Share198Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In