• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏବେ ଗ୍ରୀନଲ୍ୟାଣ୍ଡ ଦଖଲ କରିବ ଆମେରିକା, ଆସନ୍ତା ସପ୍ତାହରେ ଗ୍ରୀନଲ୍ୟାଣ୍ଡର ନେତାଙ୍କୁ ଭେଟିବେ ରୁବିଓ

by Voice of Victims
January 9, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଏବେ ଗ୍ରୀନଲ୍ୟାଣ୍ଡ ଦଖଲ କରିବ ଆମେରିକା, ଆସନ୍ତା ସପ୍ତାହରେ ଗ୍ରୀନଲ୍ୟାଣ୍ଡର ନେତାଙ୍କୁ ଭେଟିବେ ରୁବିଓ

ନୂଆଦିଲ୍ଲୀ: ଏବେ ଗ୍ରୀନଲ୍ୟାଣ୍ଡ ଦଖଲ କରିବ ଆମେରିକା ।  ଭେନେଜୁଏଲା ପରେ ଏବେ ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନଜର ।  ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଆଗାମୀ ସପ୍ତାହରେ ବୈଦେଶିକ ସଚିବ ରୁବିଓ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ନେତାମାନଙ୍କୁ ଭେଟିବେ ।  ବିଶ୍ୱର ସୁରକ୍ଷା ଏବଂ ମିସାଇଲ୍ ପ୍ରତିରୋଧ ପାଇଁ ଗ୍ରୀନଲ୍ୟାଣ୍ଡ ବହୁ ଗୁରୁତ୍ୱପୂର୍ଣ୍ଣ ।

ଆମେରିକାର ଶତ୍ରୁ ଦେଶମାନେ ମଧ୍ୟ ଏହି ସ୍ଥାନ ଉପରେ ନଜର ରଖିଛନ୍ତି ।  ତେଣୁ ଆମେ ୟୁରୋପୀୟ ବନ୍ଧୁମାନଙ୍କୁ ଗ୍ରୀନଲ୍ୟାଣ୍ଡର ସୁରକ୍ଷା ପ୍ରତି ଗମ୍ଭୀର ହେବାକୁ କହୁଛୁ ।  ଯଦି ସେମାନେ କିଛି ନକରନ୍ତି, ତେବେ ଆମେରିକା ନିଜେ କିଛି ବଡ଼ ପଦକ୍ଷେପ ନେବ ବୋଲି ଭାନ୍ସ କହିଛନ୍ତି ।  ଅନ୍ୟପଟେ ଡେନମାର୍କ ଚେତାବନୀ ଦେଇଛି ଆମେରିକାକୁ ।

ଆମେରିକା ଗ୍ରୀନଲାଣ୍ଡ ଦଖଲ କରିବାକୁ ପଦକ୍ଷେପ ନେଲେ ପ୍ରଥମେ ଗୁଳି କରିବୁ, ପରେ ପ୍ରଶ୍ନ ପଚାରିବୁ ବୋଲି ଡେନମାର୍କ କହିଛି । ଗ୍ରୀନ ଲ୍ୟାଣ୍ଡକୁ ଆମେରିକାରରେ ମିଶାଇ ଦିଆଯିବ ବୋଲି ଗତ କିଛି ଦିନ ହେଲା କହି ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଗ୍ରୀନଲାଣ୍ଡରେ ଭରି ରହିଛି ପ୍ରାକୃତିକ ସମ୍ପଦ । ସ୍ମାର୍ଟଫୋନ, କଂପ୍ୟୁଟର ଓ ସାମରିକ ଉପକରଣ ନିର୍ମାଣ ପାଇଁ ଜରୁରୀ ଦୁର୍ଲଭ ଖଣିଜ ପଦାର୍ଥ ଭରି ରହିଛି ବରଫ ତଳେ ।  ଏହାସହିତ ପରମାଣୁ ଶକ୍ତି ଉତ୍ପାଦନ ପାଇଁ ଜରୁରୀ ୟୁରାନିୟମ ମଧ୍ୟ ବରଫ ଦ୍ୱୀପରେ ରହିଛି ।

ଗ୍ରୀନଲାଣ୍ଡର ଭୌଗୋଳିକ ସ୍ଥିତି ଆମେରିକାର ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।  ସେଠାରେ ଥିବା ପିଟୁଫିକ୍ ସ୍ପେଶ ବେସ୍ ମାଧ୍ୟମରେ ଆମେରିକା ଋଷ ଓ ଚୀନର ଆର୍କଟିକ୍ ଗତିବିଧି ଉପରେ ନଜର ରଖିଛି ।  ଏହି ସବୁ କାରଣରୁ ଗ୍ରୀନଲାଣ୍ଡକୁ ସ୍ଥାୟୀ ଭାବେ ନିଜ ପାଖରେ ରଖିବାକୁ ଚାହୁଁଛି ଆମେରିକା ।  ଏପରିକି ଗ୍ରୀନଲ୍ୟାଣ୍ଡ ବାସିନ୍ଦାଙ୍କୁ ଟଙ୍କା ଦେଇ ମନେଇବାକୁ ଚିନ୍ତା କରୁଛି ଆମେରିକା ।

Post Views: 34
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In