• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏବେ ବୁଝାମଣାର ସମୟ ନୁହେଁ, ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

by Voice of Victims
April 26, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଏବେ ବୁଝାମଣାର ସମୟ ନୁହେଁ, ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସେ କହିଛନ୍ତି ଯେ ଏବେ ବୁଝାମଣାର ସମୟ ନୁହେଁ । ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଅ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରେଭନ୍ତ ରେଡ୍ଡୀଙ୍କ ନେତୃତ୍ବରେ ହାଇଦ୍ରାବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି ।

ଏହି ଅବସରରେ ସେ ୧୯୬୭ ଓ ୧୯୭୧ରେ ପାକିସ୍ତାନୀ ବିରୋଧରେ ଭାରତର ବିଜୟକୁ ସେ ମନେପକାଇଥିଲେ । କହିଥିଲେ, ଇନ୍ଦିରା ଗାନ୍ଧୀଙ୍କ ସାହସିକତା ଯୋଗୁ ପାକିସ୍ତାନଠୁ ବାଂଲାଦେଶକୁ ଅଲଗା କରାଯାଇପାରିଥିଲା । ଭାରତର ପ୍ରଧାନମନ୍ତ୍ରୀଙ୍କୁ ମୋର କେବଳ ଗୋଟିଏ ଅନୁରୋଧ, ଆମେ ଏକାଠି ହୋଇ ଦେଶବାସୀଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବା । ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ୧୪୦ କୋଟି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥୀରେ ଅଛନ୍ତି । ଏବେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି । ପାକକୁ ମୁହଁତୋଡ଼ ଜବାବ ଦିଅ । ପାକିସ୍ତାନକୁ ଦୁଇ ଭାଗ କର । ପିଓକେକୁ ଭାରତରେ ମିଶାଅ ବୋଲି ରେଭନ୍ତ ରେଡ୍ଡୀ ଆହ୍ବାନ ଦେଇଛନ୍ତି ।

ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଆତଙ୍କବାଦୀ ବିରୋଧରେ ଲଢ଼େଇ ପାଇଁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି । ଏହି ଅବସରରେ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । କହିଛନ୍ତି, ପହଲଗାମରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏଭଳି କାପୁରୁଷଜନିତ ହିଂସା ଅତ୍ୟନ୍ତ ନିନ୍ଦନୀୟ । ମୃତକଙ୍କ ପରିବାର ପ୍ରତି ଆନ୍ଧ୍ର ସରକାର ଓ ରାଜ୍ୟବାସୀ ରହିଛନ୍ତି । ଭାରତର ସୁରକ୍ଷାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In