• About Us
  • Contact Us
Friday, March 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ, ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ କରିଛନ୍ତି ଆକୁଳ ନିବେଦନ

by Voice of Victims
March 20, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ, ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ କରିଛନ୍ତି ଆକୁଳ ନିବେଦନ

ନୂଆଦିଲ୍ଲୀ: ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ । ଏଲପିଜି ଭର୍ତ୍ତି ଗ୍ୟାସ ଜାହାଜ ନେଇ ଫସିଛନ୍ତି ଓଡ଼ିଆ ନାବିକ ଅଶୋକ ଦୀକ୍ଷିତ । ସୁରକ୍ଷିତ ଉଦ୍ଧାର ନେଇ ସେ ଏକେ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି । ସେ କାର୍ଯ୍ୟ କରୁଥିବା ଜାହଜଟି ଏବେ ଲାସ୍ ରାଫାନ ଏଲଏନଜି ଟର୍ମିନାଲରରେ ଫସିରହିଛି ।

ପ୍ରତି ମୂହୂର୍ତ୍ତରେ ଇରାନ ପଟୁ ଟର୍ମିନାଲ ଉପରେ ମିଶାଇଲ ଆକ୍ରମଣ ଚାଲିଥିବା ସେ ଭିଡିଓରେ କହିଛନ୍ତି । ତେବେ କାତାରର ଏୟାର ଡିଫେନ୍ସ ସିଷ୍ଟମ ସବୁ ମିଶାଇଲକୁ ଆକାଶରେ ହିଁ ନଷ୍ଟ କରୁଥିବା ସେ କହିଛନ୍ତି । ତେବେ ତାଙ୍କ ଜାହାଜ ନିକଟରେ କିଛି ମିଶାଇଲ ଧ୍ବଂସାବିଶେଷ ପଡିଥିବା ସେ ଭିଡିଓରେ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ମଧ୍ୟପ୍ରାଚ୍ୟ ଯୁଦ୍ଧ ସମଗ୍ର ବିଶ୍ବକୁ ପ୍ରଭାବିତ କରୁଛି । ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ହୋଇଥିବା ଯୁଦ୍ଧର ପ୍ରଭାବ ଭାରତ ଉପରେ ମଧ୍ୟ ପଡୁଛି । ଭାରତ ଶକ୍ତି ଉପରେ ନିର୍ଭର କରୁଥିବା ଉର୍ଜା ଦେଶ ଉପରେ ଆଟାକ ହୋଇଛି । କାତାରରେ ଜଳୁଛି ଗ୍ୟାସ୍ ପ୍ଲାଣ୍ଟ । କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼ ।

ଇରାନ ସିଧାସଳଖ କାତାରର ‘ରାସ୍ ଲାଫାନ୍’ ଶିଳ୍ପାଞ୍ଚଳ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଏଠାରେ ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ୍ (LNG) ଉତ୍ପାଦନ କେନ୍ଦ୍ର ରହିଛି । କିଛି ଦିନ ପୂର୍ବରୁ ଇସ୍ରାଏଲ, ଇରାନର ସବୁଠାରୁ ବଡ଼ ଗ୍ୟାସ୍ ଫିଲ୍ଡ ‘ସାଉଥ୍ ପାର୍ସ’ ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ ଇରାନ କାତାରର ଗ୍ୟାସ୍ ପ୍ଲାଣ୍ଟକୁ ଟାର୍ଗେଟ୍ କରିଛି । କାତାରର ଗ୍ୟାସ୍ ପ୍ଲାଣ୍ଟରେ ଭୟଙ୍କର ଭାବେ ନିଆଁ ଲାଗିଯାଇଛି । ଉତ୍ପାଦନ ବନ୍ଦ ହୋଇଯାଇଛି ।

Post Views: 19
Share198Tweet124Send
Voice of Victims

Voice of Victims

Recent Posts

  • ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ
  • ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, ଆଧ୍ୟାତ୍ମକ ଆଲୋଚନା ସହ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା
  • କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ହତ୍ୟା ଧମକ, ଅଜଣା ନମ୍ବରରୁ ଆସିଥିଲା କଲ୍
  • ମାର୍ଚ୍ଚ ୨୫ରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, ଦିନ ୧୨ଟା ୧୨ରୁ ୧ଟା ୪୫ ମଧ୍ୟରେ ହେବ ଗଣତିମଣତି
  • ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In